ପଞ୍ଜାବ ରେ ବଦଳିଲା ନିୟମ

ଏଣିକି” ୱାନ ଏମଏଲଏ -ୱାନ ପେନସନ” ପଞ୍ଜାବରେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜ୍ୟରେ ଗୋଟିଏ ପରେ ଗୋଟିଏ ନିୟମ ବଦଳାଉଛନ୍ତି l ରାଜ୍ୟରେ ଏଣିକି ” ୱାନ ଏମଏଲଏ -ୱାନ ପେନସନ” ବ୍ୟବସ୍ଥା ଲାଗୁ ହେବ ବୋଲି ମାନ ଶୁକ୍ରବାର ଘୋଷଣା କରିଛନ୍ତି l ଅର୍ଥାତ ଜଣେ ବ୍ୟକ୍ତି ଯେତେ ଥର ବିଧାୟକ ନିର୍ବାଚିତ ହେଲେ ମଧ୍ୟ ତାଙ୍କୁ ଗୋଟିଏ ଟର୍ମ ହିସାବରେ ପେନସନ ମିଳିବ ବୋଲି ମାନ କହିଛନ୍ତି l ବିଧାୟକ ମାନେ ଜନସେବା କରିବେ ବୋଲି କହି ରାଜନୀତି କୁ ଆସିଥାନ୍ତିl ଏଣୁ ସେମାନଙ୍କୁ ଲକ୍ଷଲକ୍ଷ ଟଙ୍କା ପେନସନ ଦେବା ଉଚିତ ନୁହେଁ l

 

 


କେତକ ବିଧାୟକ ଙ୍କୁ 3.5 ଲକ୍ଷ ଠାରୁ ଆରମ୍ଭ କରି 5 ଲକ୍ଷ ଟଙ୍କା ପଯ୍ୟନ୍ତ ପେନସନ ମିଳୁଛି l କେତକ ବିଧାୟକ ଏମିତି ଅଛନ୍ତି ଯିଏ ଉଭୟ ସାଂସଦ ଏବଂ ବିଧାୟକ ଭାବେ ପେନସନ ନେଉଛନ୍ତି l ଏଣୁ ଜଣେ ବିଧାୟକ 2ଥର କିମ୍ବା 7 ଥର ଜିତୁ କିନ୍ତୁ ତାଙ୍କୁ କେବଳ ଗୋଟିଏ ଟର୍ମ ପାଇଁ ପେନସନ ମିଳିବ ବୋଲି ମାନ କହିଛନ୍ତି l ରାଜ୍ୟ ଉପରେ ସେମିତି ବି ଅଧିକ ଋଣ ଭାର ରହିଛି l ଏଇ ପଇସା ନିହାନ୍ତି ଭାବରେ ଗରିବ ଲୋକ ଙ୍କ ଏବଂ ରାଷ୍ଟ୍ର ହିତ ନିମନ୍ତେ ଖର୍ଚ କରାଯିବ l

 

Leave a Reply

Your email address will not be published. Required fields are marked *