ପଦଯାତ୍ରା ବାହାରିଲେ ଶତାଧିକ ଓଡ଼ିଶା ମୋଟର ଚାଳକ ସଂଘର ସଦସ୍ୟ

ଫୋକସ ପ୍ଲସ(ତୁମୁଡିବନ୍ଧ) : ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଆଜି ଚାଳକ ଦିବସ ପାଳନ ହୋଇଯାଇଛି । ସଭାପତି ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ତୁମୁଡିବନ୍ଧ ଅଞ୍ଚଳରେ ସମସ୍ତ ଚାଳକ ଏକାଠି ହୋଇ ବିଶ୍ୱକର୍ମା ପୂଜା ମଣ୍ଡପରୁ ବାହାରି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । ଏବଂ ମୁଖ୍ୟ ବଜାର ଛକରେ ବିଗତ ଦିନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଥି ଚାଳକଙ୍କ ଫୋଟରେ ପୁଷ୍ପ ମାଲ୍ୟ ଦେଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ନିରବ ପ୍ରଥନା କରିବା ସହ ସଂଘର ସଭାପତି ପ୍ରଶାନ୍ତ ପଟନାୟକ ଏବଂ ତୁମୁଡିବନ୍ଧ ବରିଷ୍ଠ ମୋଟର ଚାଳକ ସନ୍ତୋଷ ଚାନ୍ଦଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ମୋଟର ଚାଳକ ଉପସ୍ଥିତ ରହିଥିଲେ ।

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ

Leave a Reply

Your email address will not be published. Required fields are marked *