ପଦ୍ମପୁର ଗାଁ ର ସମସ୍ୟା ଓ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ |

ବଡ଼ଗଡ଼/ସୋରଡ଼ା02/12/2023; ୫ ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ର ନୂତନ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଭି. କୀର୍ତ୍ତି ଭାସନ ଆସିଥିଲେ । ପ୍ରଧାନ ଶିକ୍ଷକ ଜଗଦୀଶ ପାତ୍ର ଚାଲୁଥିବା ବିଭିନ୍ନ ନୂତନ କାର୍ଯ୍ୟ ସବୁକୁ ଦେଖାଇଥିଲେ ଓ ତା’ସହିତ ନିତି ଲଢ଼ୁଥିବା ସମସ୍ୟା ଯଥା; ଶ୍ରେଣୀଗୃହର ଅଭାବ, ଶିକ୍ଷକ ଅଭାବ ସହିତ ଅଫିସ କାମ ପାଇଁ ଜଣେ କ୍ଲର୍କ ଓ ପିଅନ ନିଯୁକ୍ତି, ସ୍କୁଲଜମି ଥାଇ ଖେଳପଡ଼ିଆ ପାଇଁ ହସ୍ତାନ୍ତର ନ ହୋଇପାରିବା, ପ୍ରାର୍ଥନା କରିବା ପାଇଁ ଜାଗା ଟିକେ ନଥିବା, ପୁରୁଣା କୋଠାଗୁଡ଼ିକୁ ସଜାଡିବାର ଆବଶ୍ୟକତା, ୪୦୦-୫୦୦ ପିଲା ପଢୁଥିବା ଯୋଗୁଁ ଅଧିକା ଆଉ ଗୋଟେ ନଳକୂପ ବସାଇବା, ନୂଆ ଫାଟକ ନିର୍ମାଣ ଆଗରେ ପ୍ରାଇଭେଟ୍ ଜାଗା ବାଧାସୃଷ୍ଟି ଭଳି କଥାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ୫ ଟି ବାବଦ କୁ ୪୫ ଲକ୍ଷ ସହିତ ଦୁଇଟି ଅତିରିକ୍ତ ନୂଆ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ୧୫ ଲକ୍ଷ ( କିନ୍ତୁ ଗୋଟେ ଛାତ ଉପରେ କରାଯାଉଛି ) ଏବଂ ପୁଣି ଅନ୍ୟାନ୍ୟ ରକ୍ଷଣାବେକ୍ଷଣା ବାବଦକୁ ୪ ଲକ୍ଷ ଟଙ୍କା ଆସିଥିବା ଯାହା ସୂଚନା ମିଳିଛି । ଏଥିସହିତ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ନୀଳମାଧବ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଏନ୍. ନୀଳମାଧବ ପାତ୍ର ଓ ଗ୍ରାମ ବାସି ଗାଁର ଗ୍ରାମରାସ୍ତା ନିର୍ମାଣ, ମଶାଣିଗୃହ ନିର୍ମାଣ, ଅଂଶୁଘାତ ମୁକାବିଲା ପାଇଁ ବଡ଼ଗଡ଼ ଯିବା ବାଟରେ ତିନୋଟି ନଳକୂପ ବସାଇବା, ଅଙ୍ଗନବାଡ଼ି କେନ୍ଦ୍ର-୧ କୁ ସଜାଡ଼ିବା, ପାଠାଗାର ଖୋଲିବା ଭଳି ନିହାତି ସମସ୍ୟା ଗୁଡ଼ିକୁ ପୁଣି ଜଣାଇଥିଲେ । ରାସ୍ତାକାମ ପାଇଁ ନିର୍ଦ୍ଦେଶ ଦିଆସରିଛି ବୋଲି ସେ କହିବା ସହ ଅନ୍ୟ ସବୁକୁ ଟିପି ରଖିବା ସହ ପୂର୍ବରୁ ଦିଆଯାଇଥିବା ଦରଖାସ୍ତ ତା. ୦୬ ଜୁଲାଇ ୨୦୨୩ ରିଖ କୁ ପୁଣି ତୁରନ୍ତ ଭାବେ ଧ୍ୟାନ ଦେବା ପାଇଁ ବିଡ଼ିଓ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *