ପଦ୍ମପୁର ହର୍ଟିକଲଚରରେ ମହା ଦୁର୍ନିତି

ଫୋକସ ପ୍ଲସ (ବରଗଡ) ୦୬/୦୭/୨୦୨୨: ବରଗଡ ଜିଲ୍ଲା ପଦ୍ମପୁର ଊପଖଣ୍ଡ ଗାଇସିଲାଟ ବ୍ଲକରେ ଉଦ୍ୟାନ କୃଷି ବିଭାଗରେ ଟଂକା ଲାଂଚ ଦେବାପରେ ବି ଅଧିକାରି ଭୂଆଁ ବୁଲାଉଥିବାର କହିଛନ୍ତି । ଏମିତି ଅଭିଯୋଗ ଆସିଛି ଚାଣ୍ଟିପାଲି ଗ୍ରା.ପ ର ଜଡାଗଂଜା ଗ୍ରାମରୁ । ପ୍ରାପ୍ତ ତଥ୍ୟ ଅନୁସାରେ ଚୂଡାମଣି ସାହୁ ୨୦୧୮-୨୦୧୯ରେ ସରକାରି ଯୋଜନାରେ ଆମ୍ବ ଚାରା ଲଗାଇଥିଲେ । ମେଙ୍ଗୋ ପେକ ହାଉସ ପାଇଁ ବିଭାଗିୟ ଅଧିକାରି ଏ.ଏଚ.ଓ ନିଳାଚଳ ପଣ୍ଡା ଆବେଦନ ସମୟରେ ୧୦୦୦୦ ଖର୍ଚ ମାଗିଥିଲେ ଚୂଡାମଣି ଆବେଦନ ସମୟରେ ଟ ୫୦୦୦ ଓ ପରେ ଟ ୩୦୦୦ ଦେଇଥିଲେ । ମାତ୍ର ଅନ୍ୟ ମାନଙ୍କୁ ପେକ ହାଉସ ଦିଆ ଯାଇଥିଲେବି ସେ ପାଇନାହାନ୍ତି । ପାଇଛନ୍ତି କେବଳ କାମ ହେବାର ପ୍ରତିଶୃତି । ସ୍ତ୍ରୀ ନରେନ୍ଦ୍ରି ସାହୁଙ୍କ ନାମରେ କରାଯାଇଥିବା ଡାଳିମ୍ବ ଚାରା ସ୍କିମରେ ମନରେଗା ପ୍ରାପ୍ୟ ପାଇବାକୁ ୫ଟି ମଷ୍ଟର ରୋଲ ପାଇଁ ୫୦୦୦ ଲ‍ାଂଚ ମଧ୍ୟ ନିଳାଚଳ ପଣ୍ଡାଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି । ଅନୁରୂପ ଭାବରେ ଜଡାଗଂଜା ଗ୍ରାମର ଭଗବାନ ସାହୁ ପୋମ ଚାଷ (ଡାଳିମ୍ବ ) ଅନ୍ତର୍ଗତ ମନରେଗାର ପ୍ରାପ୍ୟ ପାଇଁ ୯ଟି ଏମ. ଆର ପାଇଁ ୯୦୦୦ ଶ୍ରୀ ପଣ୍ଡାଙ୍କୁ ଦେଇଛନ୍ତି . ମାତ୍ର ୯ଟି ଏମ.ଆର ବାହାରିଛି ମାତ୍ର ୪ଟିର ପ୍ରାପ୍ୟ ପଡିଛି ଓ ୫ଟି ଡିଲିଟ ହୋଇଥିବାର ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଉକ୍ତ ଗ୍ରାମର ଦୈତାରି ସାହୁ ଶ୍ରୀ ପଣ୍ଡାଙ୍କୁ ଆମ୍ବଚାରା ଫାଇଲ ଖୋଳିବା ବେଳେ ଟ ୧୦ ହଜାର ଲାଂଚ ଦେଇଥିଲେ । ପ୍ୟାକ ହାଉସ ପାଇଁପୁଣି ୧୦ ହଜାର ଦେଲେ । ନିଜ ଖର୍ଚରେ ପେକ ହାଉସ କରିଥିଲେ ସୁଦ୍ଧା ଓ ୨ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପ୍ରାପ୍ୟ ପାଇ ନାହାନ୍ତି । ଜବର ଦସ୍ତ ଫାଇଲରେ ତାଂକ ପାଖରୁ ଦସ୍ତଖତ ନେଇ ପ୍ରାପ୍ୟ ଦେବାର ପ୍ରତିଶୃତି ଦେଇ ଛନ୍ତି ମାତ୍ର ସେ ପ୍ରାପ୍ୟ ପାଇନଥିବାର ଆରୋପ ଲଗାଇଛନ୍ତି । ଦୈତାରି ସାହୁଙ୍କ ବଡଭାଇ ଦାସରଥି ସାହୁଙ୍କ ପାଖରୁ ମେଂଗୋ ପ୍ଲାଣ୍ଟେସନ ପାଇଁ ୧୦ ହଜାର ନେଇଥିବା . ଅନନ୍ତ ସାହୁ ଓ ଗୋବିନ୍ଦ ସାହୁ ମଧ୍ୟ ୧୦ ହଜାର ଲେଖାଏଁ ଦେଇ ନିଳାଚଳ ପଣ୍ଡାଙ୍କ ଠକାମିର ଶିକାର ହୋଇଥିବାର ସୂଚନା ଦେଇଛନ୍ତି । 5T ଜରିଆରେ ସରକାର ସ୍ବଚ୍ଚତାର ଡିଣ୍ଡିମି ପିଟୁଛନ୍ତି ତେବେ ପ୍ରାପ୍ତ ଅଭିଯୋଗ ପିଟାରାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ଦେଖିବାାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *