ପବିତ୍ର ମୋହନ ମେଡ଼ିକାଲ କଲେଜରେ ନିଯୁକ୍ତି ସଂରକ୍ଷଣରେ ପଛୁଆ ବର୍ଗର ପିଲାଙ୍କୁ ଅଣଦେଖା କରୁଛି ରାଜ୍ୟ ସରକାର ।

 

ଅନୁଗୁଳ11/12023; ଅନୁଗୁଳ ଜିଲ୍ଲାର ବହୁ ପ୍ରତୀକ୍ଷିତ ତାଳଚେର ପବିତ୍ର ମୋହନ ମେଡ଼ିକାଲ କଲେଜକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ଏହାର ସମ୍ପ୍ରସାରଣ ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ । ଏବେ ରାଜ୍ୟ ସରକାର ତାଳଚେର ପବିତ୍ର ମୋହନ ମେଡ଼ିକାଲ କଲେଜ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ର ସୂଚନା ଦେଇଛନ୍ତି । ଯାହାକି ବିଜ୍ଞାପନରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ନଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ବିରୋଧ । ତେବେ ଏହି ପ୍ରସଙ୍ଗକୁ ନେଇ ଅନୁଗୁଳ ଜିଲ୍ଲା ଆମ୍ବେଦକର ଫାଉଣ୍ଡେସନ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଜ୍ଞପ୍ତିକୁ ବିରୋଧ କରିବା ସହ ଉକ୍ତ ବିଜ୍ଞପ୍ତିକୁ ବାତିଲ୍ କରାଯାଉ ବୋଲି ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ନାଏକଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ରାଜ୍ୟ ସରକାର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନକରିବେ ତେବେ ଆଗାମୀ ଦିନରେ ଭୀମ ଆର୍ମି ପକ୍ଷରୁ ଅନୁଗୁଳ ଜିଲ୍ଲାକୁ ବନ୍ଦ କରାଯିବ ବୋଲି ଦ୍ରୁଢତୀ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *