ପରିତକ୍ତ ଗୃହଭଙ୍ଗା ଘଟଣା, ୧୫ ମିନିଟ୍ ମଧ୍ୟରେ ତଦନ୍ତ ନିର୍ଦେଶ

ଫୋକସ ପ୍ଲସ ୧୭/୦୬/୨୨(ଗୋପ): ଗୁରୁବାର ମଧ୍ୟାହ୍ନରେ ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ ର କେତେକ ପରିତକ୍ତ ଗୃହ ଭଙ୍ଗା ଘଟଣାକୁ ନେଇ ଉତେଜନା ଦେଖା ଦେଇଥିଲା। ଏପରି କି ତଦନ୍ତ ସମୟରେ ସେଠାରେ ପହଞ୍ଚି ଥିବା ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ଭାଜପା ଦଳର ପୁର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କୁ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା । ପ୍ରକାଶ ଯେ ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ ରେ ପାଇଖାନା,ଆବାସ ଗୃହ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇ ଥିବା ନେଇ ପୂର୍ବରୁ ପଞ୍ଚାୟତ ଦାୟିତ୍ଵ ରେ ଥିବା ମହିଳା କନିଷ୍ଠ ଯନ୍ତ୍ରୀ ନୀଲମ୍ବିତ ହୋଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ଭାବରେ ନରହରି ଦଳାଇ ନିର୍ବାଚିତ ହେବା ପରେ ପଞ୍ଚାୟତ କୁ ଏକ ନମ୍ବର ପଞ୍ଚାୟତ ଗଠନ ନିମନ୍ତେ କେତେକ ଜନହିତକର କାର୍ଯ୍ୟ ହାତକୁ ନେଇଛନ୍ତି। ଦୀର୍ଘ ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟ ଟି ପରିତକ୍ତ ଅବସ୍ଥାରେ ଥିବାରୁ ପଞ୍ଚାୟତ ର ସମସ୍ତ ସଭ୍ୟ ସଭ୍ୟା ଙ୍କୁ ନେଇ   ମଇ ୧୧ ତାରିଖ ଏକ ବୈଠକ କରାଇବା ସହ ସରକାରୀ ନିୟମ ମୁତାବକ ସିଏଫସି ଯୋଜନାରେ ପରିତକ୍ତ ଗୃହ ଭାଙ୍ଗିବା ନିମନ୍ତେ ବ୍ଲକ କାର୍ଯ୍ୟାଦେଶ ନମ୍ବର ୬୫୪ ରେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଇଥିଲେ। ସେହି ନିୟମ ଅନୁସାରେ ଗୃହ ଭାଙ୍ଗିବା ପରେ କେତେକ ପଞ୍ଚାୟତ ର ବ୍ୟକ୍ତି ଏପରି ଜନହିତକର କାର୍ଯ୍ୟ କୁ ବିରୋଧ କରିଥିଲେ। ଗୁରୁବାର ବେଆଇନ୍ ଭାବରେ ପଞ୍ଚାୟତ କାର୍ଯ୍ୟାଳୟ ଭାଙ୍ଗୁଥିବା ନେଇ ପଞ୍ଚାୟତ ର କେତେକ ବ୍ୟକ୍ତି ପୁର୍ବତନ ବିଧାୟକ ବାଇଧର ମଲ୍ଲିକ ସହ ମିଶି ଅଭିଯୋଗ କରିଥିଲେ। ବିଡ଼ିଓ ଦୀପ୍ତି ରାଣୀ ଦାସ ଅଭିଯୋଗ ପାଇବା କ୍ଷଣି ୧୫ ମିନିଟ୍ ମଧ୍ୟରେ ବ୍ଲକ ଅତିରିକ୍ତ ବିଡ଼ିଓ ଦୀପକ କୁମାର ସାହୁ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପୁଷ୍ଟି, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ପୋଥାଳ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରି କି ପୁର୍ବତନ ବିଧାୟକ ଶ୍ରୀ ମଲ୍ଲିକ ବିଭିନ୍ନ ଦୁର୍ନୀତି କୁ ନେଇ ବିଡ଼ିଓ ଦୀପ୍ତି ରାଣୀ ଦାସ ଙ୍କ କାର୍ଯ୍ୟାଳୟରେ ତଳେ ବସି ତଦନ୍ତ ଦାବି କରିଥିଲେ।

 

ଗୋପ ରୁ ମୃତୁଞ୍ଜୟ ମହାପାତ୍ର ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *