ପରୀକ୍ଷା ଖରାପ ହେବାରୁ ସୋଇସାଇଡ଼ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା

ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୋଇସାଇଡ଼ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି (IGIT) କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ -: F/13 ରେ ଛାତ୍ର ଜଣଙ୍କ କରିଛନ୍ତି ଆତ୍ମହତ୍ୟା । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି (DAV) ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଛନ୍ତି । ଛାତ୍ର ଜଣଙ୍କ ନିଜ ସୋଇସାଇଡ଼ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ଛାତ୍ର ଜଣଙ୍କ ନିଜ ପରୀକ୍ଷାର ଆବେଗକୁ ନେଇ ପରିପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ବରଂ ତାଙ୍କ ବିବେକ ତାଙ୍କୁ ୯୦% ନାଇଣ୍ଟି ପରସେଣ୍ଟ ମାର୍କ ରଖିବା ପାଇଁ ବାଧ୍ୟ କରିଛି ବୋଲି ସେ ସୋଇସାଇଡ଼ ନୋଟ ରେ ପ୍ରକାଶ କରିଛନ୍ତି । ଜଣେ ଛାତ୍ରଙ୍କ ଏଭଳି ସୋଇସାଇଡ଼ ନୋଟ ମନକୁ କାହିଁକି ଆସିଲା । ୯୦ % ମାର୍କ ରଖିବା ପାଇଁ ଛାତ୍ର ଜଣଙ୍କ ବିବେକ ବାଧ୍ୟ କରୁଥିଲା ନା ତାଙ୍କୁ କେହି ଫୋର୍ସ କରୁଥିଲେ । ଯାହା ସନ୍ଦେହ ଘେରରେ ରହିଛି । ତେବେ ଏ ନେଇ ଖବର ପାଇବା ପରେ ପରଜଙ୍ଗ ପୋଲିସ ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *