ପରୀକ୍ଷା ଦେବାକୁ ଆସିଲେନି ଛାତ୍ରଛାତ୍ରୀ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ମାଦାଗୁଡ଼ା ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷତ୍ରୀ ଚନ୍ଦ୍ରିକା ଦେଶି ନାୟକ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର, ଧମକ ଓ ଦୁର୍ନୀତି କରୁଥିବା କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ପୁଣି ଥରେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇଥିବା ଦେଖିବାକୁ ମିଳିଛି l କମିଟି ସଦସ୍ୟ ମାନେ କହିବା ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚନ୍ଦ୍ରିକା ସ୍କୁଲକୁ ଆସିବା ଦିନ ଠାରୁ ଦିବ୍ୟଙ୍ଗ ଛୁଆ ମାନଙ୍କ ଅଭିଭାବକ ମାନଙ୍କୁ ଡକାଇ ଟି ସି ନେଇଯିବାକୁ ବାଧ୍ୟକରାଇବା, ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ରେ ନାମ ଲେଖିବା ବେଳେ ହଇରାଣ ହରକତ କରିବା, ବିଦ୍ୟାଳୟ ଯେକୋୖଣସି କାର୍ଯ୍ୟ କାରିଲେ ବିଦ୍ୟାଳୟ ସଭାପତି କିମ୍ବା କମିଟିର ସଦସ୍ୟ ଙ୍କୁ ସୂଚନା ନଦେବା ଏବଂ ସ୍କୁଲ ରେ ଥିବା ଅନ୍ୟ ଶିକ୍ଷକ ଙ୍କ ସହିତ ପାଟିତୁଣ୍ଡ କରିବା, ଦୁର୍ବ୍ୟବହାର ଦେଖେଇବା ସହିତ ନିୟମନୁସାରେ ସ୍କୁଲ ରେ ପ୍ରତି ମାସରେ ଏସ ଏମ ସି ବୈଠକ ମଧ୍ୟ କରୁନ ଥିବା, ସ୍କୁଲ କର୍ତ୍ତୃ ପକ୍ଷ ଓ ଗ୍ରାମ ବାସୀଙ୍କ ସହ ଝଗଡ଼ା କରିବା କୁ ନେଇ କମିଟି ସଦସ୍ୟ ଏକତ୍ରିତ ହୋଇବିଗତ ଦିନରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି| ଶନିବାର ସ୍କୁଲରେ ପିଲାଙ୍କ ଦ୍ୱିତୀୟ ଦିନ ର ପରୀକ୍ଷା ହେବାକୁ ଥିଲା କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଆସିବା ହେତୁ କୌଣସି ପିଲା ବିଦ୍ୟାଳୟ କୁ ଯାଇ ପରୀକ୍ଷା ଦେବାକୁ ପସନ୍ଦ କରିନଥିଲେ ଏବଂ ମୁଖ୍ୟ ଫାଟକରେ ତାଲା ପକାଇବା ସହ ସକାଳ ୧୦ଘଣ୍ଟା ସମୟ ଠାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି | ସ୍ଥାନ୍ତିୟ ଥାନା ଅଧିକାରୀ ଜୟନ୍ତ କୁମାର ସେଠି ଏବଂ ସଦଳେବଳେ ଘଟଣା ସ୍ଥଳରେ ପହଁଚି ଗ୍ରାମ ବାସୀ ଙ୍କୁ ବୁଝାସୁଜା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋପାରିନଥିଲେ ଏହି ବିଷୟ ନେଇ ବିଦ୍ୟାଳୟ ର ଶିକ୍ଷତ୍ରୀ ଚନ୍ଦ୍ରିକା ଦେଶୀନାୟକ ଏ ବିଷୟ ନେଇ ମୁଁ କୌଣସି ତଥ୍ୟ କେମେରା ଆଗରେ ଦେଇପାରିବିନି କକହି ଚାଲି ଯାଇଥିଲେ ।

ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *