ପରୀକ୍ଷା ଦେବା ବଦଳରେ ମେଡିକାଲରେ ଭର୍ତ୍ତି

ଫୋକସ ପ୍ଲସ 14/3/23(ବ୍ୟୁରୋ): ଆନନ୍ଦପୁରରେ ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପିଟିଦେଲା ବାଇକ। ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯିବା ପରିବର୍ତ୍ତେ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଛାତ୍ର ଜଣଙ୍କ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।ଏପରି ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବି.ଏନ୍ ହାଇସ୍କୁଲ ନିକଟରେ ଘଟିଛି। ଦୁର୍ଘଟଣାରେ ଗୁରୁତର ଛାତ୍ରଜଣକ ହେଲେ ରୁଦ୍ର ନାରାୟଣ ଘଡ଼େଇ । ବର୍ତ୍ତମାନ ରୁଦ୍ର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ସୂଚନା ଅନୁଯାୟୀ ଆଜି ତୃତୀୟ ଭାଷା ପରୀକ୍ଷା ଦେବା ପାଇଁ ରୁଦ୍ର ନିଜ ବନ୍ଧୁଙ୍କ ସହ ଏକ ବାଇକ୍‌ ଯୋଗେ Girls High School ସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ମାତ୍ର ବି. ଏନ୍‌ ହାଇସ୍କୁଲ ନିକଟରେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରୁଦ୍ର ଓ ତାଙ୍କ ବନ୍ଧୁ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ରୁଦ୍ରଙ୍କ ବନ୍ଧୁ ସାମାନ୍ୟ ଆହତ ହୋଇଥିବା ବେଳେ ରୁଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଅଳ୍ପକେ ବର୍ତ୍ତୀ ଯାଇଥିଲା ବେଳେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଡ଼କ୍ଟର ତାଙ୍କୁ ଚିକିତ୍ସା କରୁଛନ୍ତି କିନ୍ତୁ ସେ ପରୀକ୍ଷା ଦେଇ ପାରିବେ ନାହିଁ

Leave a Reply

Your email address will not be published. Required fields are marked *