ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଠାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଫୋକସ ପ୍ଲସ 1/11/22( ଠାକୁରମୁଣ୍ଡା ): ପ୍ରକୃତି ପ୍ରେମୀମାନଙ୍କ ପାଇଁ ଖୁସି ଖବର । କିଛି ମାସ ର ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା କାଲି ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁ କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ ରାତିରେ ରହୁଥିବା ପର୍ଯ୍ୟଟକ ପାଇଁ ମୟୁରଭଞ୍ଜ ଜିଲ୍ଲାର ପାରମ୍ପରିକ ନୃତ୍ୟ କଳା ପରିବେଷଣ କରାଯିବ । ଶିମିଳିପାଳ ଭିତରେ ଗୁଡ଼ିଗୁଡ଼ିଆ ,କୁମାରୀ, ଜାମୁଆଣି, ଓ ବରେଇପାଣି ରେ ରାତ୍ରୀ ଯାପନ ପାଇଁ ବ୍ୟବସ୍ଥା କରାଯାଇଛି।
। ଦିନ ବେଳେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଆଖି ଆଗରେ ରଖି ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ରେ ପଲିଥିନ ବ୍ୟାନ କରାଯାଇଛି । ଶାଳ ପତ୍ର ଖୋଲି ଏବଂ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ । ଚଳିତବର୍ଷ ପର୍ଯ୍ୟଟକ ମାନେ ଗାଇଡ଼ ନେବା ବାଧ୍ୟତାମୂଳକ କରାଯାଇଛି । ଶିମିଳିପାଳ ଯିବାକୁ ହେଲେ ଦୁଇଟି ରାସ୍ତା ରେ ଯାଇପାରିବେ । ଯଶୀପୁର ଦେଇ ୩୫ ଟି ଗାଡି ଓ ବାରିପଦା ପିଠାବଟା ଦେଇ ୨୫ ଟି ଗାଡି ଯାଇପାରିବେ । ଶିମିଳିପାଳ ରହିବା ଏବଂ ଯିବା ପାଇଁ online ବୁକିଙ୍ଗ ମଧ୍ୟ କରିପାରିବେ ପର୍ଯ୍ୟଟକ।

ଠାକୁରମୁଣ୍ଡା ରୁ ବସନ୍ତ କୁମାର ସୋରେନ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *