ପର୍ଯ୍ୟଟନ ବିଭାଗରେ ଦୁର୍ନୀତି

ଫୋକସ ପ୍ଲସ (ନୀଳଗିରି)୨୨/୦୬/୨୦୨୨: ବିନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର କାର୍ଯ୍ୟ। ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ତଥା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ବାବା ପଞ୍ଚଲିଙ୍ଗେଶ୍ୱର ଠାରେ ପର୍ଯ୍ୟଟନ ବିଭାଗ ର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମାଣ ହେଉଥିବା ପାର୍କିଂ ପ୍ଲେସ ରେ ଦୁର୍ନୀତି ହେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିନା ଫଳକରେ କେବଳ ବେନର ମାରିକି ଚାଲିଛି ନିର୍ମାଣ କାର୍ଯ୍ୟ। ତେବେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ପ୍ରକଳ୍ପ ଟି ଯେତିକି ମାପରେ ହେବା କଥା ତା ନହୋଇ ବଡ଼ ଏକ ଦୁର୍ନୀତି ହେବାରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଓଡ଼ିଶା ପର୍ଯ୍ୟଟନ ବିଭାଗର OTDC ପକ୍ଷରୁ ଆର୍ଥିକ ବର୍ଷ ୨୦୨୧-୨୨ ରେ 2 କୋଟି 87 ହଜାର 665 ଟଙ୍କା ରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଟି ଆର୍ଯ୍ୟ ପ୍ରକାଶ ଚମ୍ପତିରାୟ ଏଜେନ୍ସି ନେଇଥିବା ନେଇ ବେନର ରେ ଲେଖା ଅଛି। କଲମ ମୂଳରେ ବାଲି କିମ୍ବା ମରମ ନ ଫିଲିଙ୍ଗ କରି ମାଟି ଫିଲିଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏଠି ଏତେବଡ ଦୁର୍ନୀତିକୁ ସରକାରୀ ଅଧିକାରୀ ଓ ଠିକାଦାର ମିଳିମିଶି ସରକାରୀ ଅର୍ଥକୁ ରାଧେ ରାଧେ କରିବା ପାଇଁ ଷଡଯନ୍ତ୍ର କରୁଥିବାର ଗ୍ରାମବାସୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ତେବେ ଏ ବାବଦରେ ଗ୍ରାମବାସୀ ନୀଳଗିରି ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିବାର ମାସେ ପରେ ବି କୌଣସି ଏକ୍ସନ କିମ୍ବା ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯେତିକି ଜାଗାରେ କାମ ହେବାକଥା ସେତିକିରେ କାର୍ୟ୍ଯ କରିବାକୁ ଦାବୀ ହୋଇଛି। କିଛି ଜାଗାକୁ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ଯୋଗୁଁ ପ୍ରକଳ୍ପର ମାପ କମ ହୋଇଯିବ ବୋଲି କହିଛନ୍ତି ଅଞ୍ଚଳବାସୀ ତେବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ନିଜ ଜିଲ୍ଲା ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ନାମରେ ହେଉଥିବା ଦୁର୍ନୀତିକୁ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଯୋଜନା କରୁଥିବା ବେଳେ କିଛି ତଳିଆ ଅଧିକାରୀ ଓ ଠିକାଦାର ମିଳିମିଶି ଦୁର୍ନୀତି କରି ଯୋଜନାର ଅର୍ଥ କୁ ହଡପ ପାଇଁ ଉଦ୍ୟମ କରିବାରେ ବ୍ୟସ୍ତ ବୋଲି ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା ପର୍ଯ୍ୟଟନ ମନ୍ତ୍ରୀ, ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି।

ଔପଦା ରୁ ଲେଲିନ କୁମାର ଦେ ଙ୍କ ସହ ନୀଳଗିରି ରୁ ଜଗନ୍ନାଥ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *