ପାଇଖାନା ସଫା କଲେ ବିଧାୟକ

ଫୋକସ ପ୍ଲସ(ବାଲେଶ୍ୱର)୧୫/୦୯/୨୦୨୨: ବାଲେଶ୍ଵର ବିଧାୟକ ସ୍ଵରୂପ କୁମାର ଦାସ।ଏକ ବିଦ୍ୟାଳୟରେ ପିଲାଙ୍କ ପାଇଖାନାକୁ ଅପରିଷ୍କାର ହୋଇଥିବା ଦେଖି ସଫା କରିଛନ୍ତି ଓ ଖୁବ୍ ପ୍ରଶଂସା ସାଉଁଟିଛନ୍ତି |ସୂଚନାନୁସାରେ ସହୀଦ ବୀର ବିପ୍ଳବୀ ଵାଘା ଯତୀନଙ୍କ 107 ତମ ସ୍ମୃତି ଦିବସ ସମାରୋହରେ ବାଲେଶ୍ବର ସଦର ବ୍ଲକ ଓଡଙ୍ଗୀ ପଞ୍ଚାୟତର ବାଘାଯତୀନ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ସ୍ୱରୂପ ଦାସ ଅତିଥି ହୋଇ ଯାଇଥିବା ବେଳେ ସେ ଉକ୍ତ ସ୍କୁଲକୁ ପରିଦର୍ଶନ କରିଥିଲେ । ପରିଦର୍ଶନ କରୁ କରୁ ନଜର ପଡିଲା ସ୍କୁଲର ଶୌଚାଳୟ ଉପରେ। ଶୌଚାଳୟ ଅପରିଷ୍କାର ଦେଖି ବିରକ୍ତି ପ୍ରକାଶ କରିବା ସହ ନିଜେ ତାହାକୁ ସଫା କରିଥିଲେ । ସେଠାରେ ଉପସ୍ଥିତ ଥିବା ବିଦ୍ୟାଳୟର କତୃପକ୍ଷମାନଙ୍କୁ ବୁଝାଇଥିଲେ ଯେ ଶୌଚାଳୟ ଯଦି ଏଭଳି ଅପରିଷ୍କାର ହୁଏ ପିଲା ମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇପାରେ ଏହାକୁ ସଫା ରଖିବା ଦାୟିତ୍ଵ ଆପଣମାନେ ଠିକ୍ ରେ ତୁଲାନ୍ତୁ, ସବୁଠାରୁ ବଡ଼ କଥା ହେଲା ନିଜେ ବିଧାୟକ ଯେତେବେଳେ ପାଇଖାନା ସଫା କଲେ ଏହା ଜାଣି ସେହି ପଞ୍ଚାୟତର ବାସିନ୍ଦା ଓ ସଦର ବ୍ଲକର ବିଡ଼ିଓ ସେଠାରେ ପହଞ୍ଚି ବିଧାୟକଙ୍କର ଏଭଳି କାର୍ଯକୁ ଖୁବ୍ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *