ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ

ଫୋକସ ପ୍ଲସ 4/3/2023 (ବ୍ୟୁରୋ): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ |ବିଶ୍ୱର ସମସ୍ତ ଦେଶ ଏବେ ପାକିସ୍ତାନକୁ ସାହାଯ୍ୟ କରିବାକୁ ମନା କରୁଥିବା ବେଳେ ଚୀନ କିନ୍ତୁ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଛି | ତେବେ ଆମେରିକାର ତୀବ୍ର ବିରୋଧ ସତ୍ତ୍ବେ ମଧ୍ୟ ପାକିସ୍ତାନକୁ ଋଣ ଯୋଗାଇଛି ଚୀନ । ତାହାଲେ ଏଠାରେ ସନ୍ଦେହ କରାଯାଉଛି ଯେ ପାକିସ୍ତାନର ଦୁର୍ବଳ ଅବସ୍ଥା ଦେଖି ଚୀନ ସାହାଯ୍ୟର ହାତ ବଢ଼ାଇ ପାକିସ୍ତାନକୁ ଅକ୍ତିଆର କରିବାକୁ ଚାଁହୁଣି ତ ? ନହେଲେ ସବୁ ଦେଶ ଚିନକୁ ସାହାଯ୍ୟ ପାଇଁ ମନା କରୁଥିବା ବେଳେ କାହିଁକି ଚୀନ ପାକିସ୍ତାନ କୁ ଆର୍ଥିକ ସାହାଯ୍ୟ ଯୋଗାଉଛି,ଏହା ଏବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର କେନ୍ଦ୍ର ପାଲଟିଛି | ଆର୍ଥିକ ସଙ୍କଟରେ ଜର୍ଜରିତ ପାକିସ୍ତାନ ଲାଗି ୧ ଦଶମିକ ୫ ବିଲିୟନ ଡଲାରର ଋଣ ସହାୟତା ଘୋଷଣା କରିଛି ଚୀନ ।କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଏହି ଅର୍ଥ ସହାୟତା ଦେବ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚୀନ ଲିମିଟେଡ। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦର । ତେବେ ତିନିଟି ପର୍ଯ୍ୟାୟରେ ଅର୍ଥାତ ପ୍ରତିଥର ୫ଶହ ନିୟୁତ ଡଲାର ଲେଖାଏଁ ଅର୍ଥ ପ୍ରଦାନ କରିବ ଚୀନ ।ପ୍ରଥମ ପର୍ଯ୍ୟାୟରେ ୫ଶହ ନିୟୁତ ଡଲାର ଗ୍ରହଣ କରିଛି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ । ପାକିସ୍ତାନରେ ଆର୍ଥିକ ସଙ୍କଟ ଘନୀଭୂତ ହୋଇଥିବାବେଳେ ବୈଦେଶିକ ମୁଦ୍ରା ରିଜର୍ଭ ପରିମାଣ ବ୍ୟାପକ ହ୍ରାସ ପାଇଛି । ବର୍ତ୍ତମାନ ଯେତିକି ବୈଦେଶିକ ମୁଦ୍ରା ଗଚ୍ଛିତ ରହିଛି ସେଥିରେ ମାତ୍ର ୩ ସପ୍ତାହ ଯାଏ ପାକିସ୍ତାନର ଆମଦାନୀ କ୍ଷମତା ରହିବ ।କିଛିଦିନ ପୂର୍ବରୁ ପାକିସ୍ତାନକୁ ୭ଶହ ନିୟୁତ ଡଲାର ଋଣ ଦେଇଥିଲା ଚୀନ । ସେହି ଅର୍ଥ ନ ସୁଝୁଣୁ ପୁଣି ଥରେ ୧ ଦଶମିକ ୫ ବିଲିୟନ ଡଲାରର ରୋଲ ଓଭର ଋଣ ପ୍ରଦାନ କରିଛି ଚୀନ । ବର୍ତ୍ତମାନର ସ୍ଥିତି ଯାହା ରହିଛି ସେଥିରେ ପାକିସ୍ତାନକୁ ସ୍ବାଭାବିକ ସ୍ଥିତିକୁ ଆସିବା ଲାଗି ଆବଶ୍ୟକ ୫ ବିଲିୟନ ଡଲାରର ସହାୟତା ।

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *