ପାକିସ୍ତାନରେ ଗୋଟିଏ କପ କଫିର ଦାମ୍ ୬୫୦ ଟଙ୍କା

ଫୋକସ ପ୍ଲସ 14/2/23(ବ୍ୟୁରୋ): ଦିନକୁ ଦିନ ପାକିସ୍ତାନରେ ଅର୍ଥ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି | ଦୁନିଆ ଆଗରେ ନିଜର ଆର୍ଥିକ ସଙ୍କଟକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ। କିନ୍ତୁ ବଢୁଥିବା ସମସ୍ୟା ଭିତରେ ମଧ୍ୟ ସୌଖିନ୍ ଭାବେ ରହିବାକୁ ଭୁଲିନାହାନ୍ତି ପାକିସ୍ତାନର ଲୋକେ । ପାକିସ୍ତାନର ବହୁ ଧନୀ ଅଞ୍ଚଳ ଏଭଳି ରହିଛି, ଯେଉଁଠିକୁ ଯଦି ଯିବେ ତେବେ ଏଭଳି ଲାଗିବ ଯେପରି ଖାଇବା-ପିଇବାର ଜିନିଷ ମଧ୍ୟ ଖୁବ୍ ସଙ୍କଟରେ ରହିଛି। ନିକଟରେ କାନାଡାର ଏକ କମ୍ପାନୀ ଟିମ୍ ହର୍ଟନ୍ସ ଲାହୋରରେ ନିଜ ପ୍ରଥମ ଷ୍ଟୋର ଖୋଲିଛି। ଟିମ୍ ହର୍ଟନ୍ସ ନିଜର ମହଙ୍ଗା ଓ ବିଭିନ୍ନ ପ୍ରକାର କଫିର ସର୍ଭିସ ପାଇଁ ପ୍ରସିଦ୍ଧ । ପାକିସ୍ତାନର ଲାହୋରରେ ଯେତେବେଳେ ଟିମ୍‌ ହର୍ଟନ୍ସର ଷ୍ଟୋର ଖୋଲିଥିଲା ତେବେ ଏହାର କଫିର ଦାମ୍ ୬୫୦ ଟଙ୍କା ବୋଲି କୁହାଯାଉଛି। ଏଭଳି ମହଙ୍ଗା କଫି ପିଇବା ପାଇଁ ଲୋକମାନେ ଷ୍ଟୋର ବାହାରେ ଲମ୍ବା ଲାଇନ୍ ଲଗାଇ ଦେଇଥିଲେ। ଟିମ୍‌ ହର୍ଟନ୍ସର ଲାହୋରସ୍ଥିତ ଷ୍ଟୋରର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଇଥିଲା ୟୁଜର୍ସମାନେ ଏହି ଭିଡିଓରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିଲେ | ତେବେ କିଛି ଲୋକ କହିଛନ୍ତି ଏତେ ମହଙ୍ଗା କଫି କିଣିବା ପାଇଁ ଟଙ୍କା ରହିଛି ତେବେ ଦୁନିଆ ଆଗରେ ଭିକ କାହିଁକି ମାଗୁଛ ପାକିସ୍ତାନ। ଟ୍ବିଟରରେ ରିଟାୟର୍ଡ ଲେଫ୍ଟନାଣ୍ଟ କର୍ନଲ ସାଜିଦ୍ ବଟଙ୍କ ଆକାଉଣ୍ଟରୁ ଏଭଳି ଭିଡିଓ ଟ୍ବିଟ୍‌ କରାଯାଇଥିବା ପରେ ଲୋକଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଆସିଛି।

Leave a Reply

Your email address will not be published. Required fields are marked *