ଫୋକସ ପ୍ଲସ ୧୯/୧/୨୩(ବ୍ୟୁରୋ):ପଡୋଶୀ ଦେଶ ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି| ପାକିସ୍ତାନର ଏବେ ଭିକ ମଗା ପରିସ୍ଥିତି ସୃଷ୍ଟି ହୋଇଛି | ଯାହା ଫଳରେ ପାକିସ୍ତାନ ପାଇଁ ଆଉ ଏକ ଅଡ଼ୁଆ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ଦେଶ ପାକିସ୍ତାନକୁ ଅଣ ନାଟୋ ସହଯୋଗୀ ଦେଶ ପଦବୀରୁ ହଟାଇବାକୁ ଆମେରିକାର ସଂସଦରେ ପ୍ରସ୍ତାବ ଆଣିଲେ ସାଂସଦ । ସୂଚନା ଅନୁସାରେ ଆରିଜୋନା ତଥା ଆମେରିକା ରିପବ୍ଲିକାନ୍ ଦଳର ସାଂସଦ ଆଣ୍ଡି ବିଗ୍ସ ଆଜି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରସ୍ତାବ ବା ଲେଜିସଲେସନ୍ ଆଣିଛନ୍ତି ।ତେବେ ଏହି ପ୍ରସ୍ତାବର ନାଁ ରହିଛି HR-80 ।ନାଟୋ ସଂଗଠନରେ ପାକିସ୍ତାନକୁ ଏକ ଅଣ-ନାଟୋ ସହଯୋଗୀ ଭାବରେ ଯେଉଁ ମାନ୍ୟତା ଦିଆଯାଇଛି ସେହି ମାନ୍ୟତାକୁ କାଢ଼ି ନେବା ପାଇଁ ପ୍ରସ୍ତାବରେ ଦାବି କରାଯାଇଛି । ବିଭିନ୍ନ ସମୟରେ ପାକିସ୍ତାନ ଆମେରିକା ପାଖରୁ ସାହାଯ୍ୟ ନାଁରେ କୋଟି କୋଟି ଡଲାର ନେବା ପରେ ବି ଆମେରିକା ବିରୋଧି କାମ କରୁଥିବାରୁ ଖାସ୍ କରି ଆଫଗାନିସ୍ତାନରେ ପାକିସ୍ତାନ ଆମେରିକା ବିରୋଧି କାର୍ଯ୍ୟ କରିଥିବାରୁ ଏପରି ଖପ୍ପା ହୋଇଛି ଆମେରିକା । ପ୍ରସ୍ତାବଟି ଗୃହିତ ହେଲେ ପାକିସ୍ତାନ ପାଇଁ ଅଡ଼ୁଆ ବଢ଼ିବ ବୋଲି ଆକଳନ କରାଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତର ରକ୍ଷା ବିଶେଷଜ୍ଞ ।ତେବେ ପାକିସ୍ତାନର ଏଭଳି କର୍ତ୍ତୃତ୍ୱକୁ ନେଇ ଆଗକୁ କେଉଁ ଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହା ଆଗାମୀ ଦିନ ହିଁ କହିବ |