ପାଞ୍ଚ ବର୍ଷ ଧରି ଅର୍ଧନିର୍ମିତ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର

ଫୋକସ ପ୍ଲସ (ଲମତାପୁଟ) ୨୧/୦୬/୨୦୨୨ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତୁସୁବା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ପାଞ୍ଚ ବର୍ଷ ବିତିଗଲାଣି କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅର୍ଧ୍ୱନିର୍ମିତ ଅବସ୍ଥାରେ ପଡିରହି ଅଳିଆ ଗଦା ସୃଷ୍ଟି ହେଉଛି । ଯାହା ଦ୍ଵାରାକି ଅଙ୍ଗନବାଡ଼ି କେନ୍ଦ୍ର ଚଳେଇବାର ନାହିଁ ନଥିବା ସମୁଖୀନ ହେଉଛନ୍ତି କର୍ମଚାରୀ ମାନେ । ଗ୍ରାମବାସୀ ସରପଞ୍ଚ ଙ୍କୁ ଅଭିଯୋଗ କରିବା ପରେ ତୁସୁବା ସରପଞ୍ଚ ଭୀମସେନ ଶିଶା ଲମତାପୁଟ ବିଡ଼ିଓ ଭବାନୀ ଶଙ୍କର ମିଶ୍ରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡ଼ିଓ ତୁସୁବା ସରପଞ୍ଚ,ସମିତି ସଭ୍ୟ, ପିଇଓ, ୱାର୍ଡ ମେମ୍ବର ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । କାହିଁକି କାର୍ଯ୍ୟ ବନ୍ଧ ହେଇଛି ତାହାର ତଦନ୍ତ କରାଯାଇ ଅତିଶୀଘ୍ର ନୂତନ ବଜେଟ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *