ପାଠ ଛାଡି ଅନ୍ଧ ବାପାକୁ ଧରି ଭିକ ମାଗୁଛି ଝିଅ

ଫୋକସ ପ୍ଲସ(ବାଲିଚନ୍ଦ୍ରପୁର): ପଢିବାକୁ ବହୁତ ଇଚ୍ଛା |ହେଲେ ସୁଯୋଗ କୋଉଠି ମିଳୁଛି |ଛୁଆବେଳୁ ଅଭାବ ଅନଟନରେ ବଢିଛି |ଅନ୍ଧ ବୃଦ୍ଧ ବାପାକୁ ଧରି ଘରଘର ବୁଲି ପେଟ ପୋଷିବା ପାଇଁ ଭିକ ମାଗୁଛି |ମୋର ଏମିତି ପରିସ୍ଥତିରେ ମୁ ପଢ଼ିବି କେମିତି |ଏମିତି କିଛି ଆମ ଫୋକସ ପ୍ଲସ ମାଧ୍ୟମରେ କହିଥିଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଗ୍ରାମର ସରସ୍ଵତୀ ମଲ୍ଲିକ |ଖବର ପ୍ରସାରଣ ହେବା ପରେ ସଙ୍ଗେ ବାଲେଶ୍ଵରରୁ ବଡ଼ଚଣାକୁ ଯାତ୍ରା କରିଥିଲେ ହେଲ୍ପ ଫର ୟୁ ସମାଜ ସେବା ସଙ୍ଘଠନ |ଏହି ଦୁଖୀ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିଲେ |ଦୈନିକ ଆବଶ୍ୟକ ସାମଗ୍ରୀ ସହ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ |ସରୋସ୍ଵତୀଙ୍କ ପରିବାର ପାଇଁ ସାଜିଲେ ଦେବଦୂତ ସାଜିଥିଲେ ଏହି ସଙ୍ଗଠନ |

 

ଦୁଃଖ ଦୁର୍ଦ୍ଦଶା ଭରା ପାରିବାର ର ଭୋକ ମେଣ୍ଟାଇବା ପାଇଁ ନିଜେ ସରସ୍ବତୀ ପାଠ ପଢିବା ବୟସରେ ଅନ୍ଧ ବାପାଙ୍କୁ ଧରି ଭିକ୍ଷାବୃତି କରେ,ଏହି ଖବର ଆମ ବାଲିଚନ୍ଦ୍ରପୁର ପ୍ରତିନିଧି ଜାଣିବା ପରେ ସ୍ୱରସ୍ଵତିଙ୍କ ଗ୍ରାମରେ ପହଞ୍ଚି ଖବର ସଂଗ୍ରହ କରିଥିଲେ,ଉକ୍ତ ଖବର ଟିକୁ ଆମେ ଆମ ଚ୍ୟାନେଲ ମାଧ୍ୟମରେ ଚଳିତ ମାସ ପ୍ରସାରଣ ମଧ୍ୟ କରିଥିଲୁ |ଖବର ଟିକୁ ଅନେକ ସ୍ଥାନରୁ ପ୍ରସଂଶା ମଧ୍ୟ କରିଥିଲେ।ସେହିପରି ବାଲେଶ୍ବର ଜିଲ୍ଲାର ହେଲ୍ପ ଫର୍ ୟୁ, ସମାଜସେବା ସଙ୍ଗଠନ ହୃଦୟଙ୍ଗମ କରି,ଦୁଃଖୀ ସରସ୍ବତୀ ଙ୍କ ଘରେ ପହଞ୍ଚିଥିଲେ |୧୦,୦୦୦ ଟଙ୍କା ଆର୍ଥିକ ସହାୟତା ସହ କିଛି ମାସର ଘରୋଇ ରାସନ ସାମଗ୍ରୀ, ନୂଆ ଲୁଗାପଟା, ଛପର ଘରକୁ ଜରିପାଲ ଓ ସରୋସ୍ଵତି ପଢ଼ିବା ପାଇଁ ବହି ଖାତା ପେନ ଭଳି ସାମଗ୍ରୀ ଯୋଗାଇ ଦେଇଥିଲେ | ତେବେ ଫୋକସ ପ୍ଲସରେ ଖବର ପ୍ରସାରଣ ପରେ ହେଲ୍ପ ଫର୍ ୟୁ ସମାଜ ସେବା ସଙ୍ଗଠନ ର ସହାୟତାକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି |

ବାଲିଚନ୍ଦ୍ରପୁରରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *