ପାଠ ନ ପଢି ବିଦ୍ୟାଳୟରେ କାଠ ବୋହୁଛନ୍ତି ଛାତ୍ର |

ଫୋକସ ପ୍ଲସ୧୮/୧/୨୩(ଚିଲିକା):ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଛୋଟରାୟପୁର ସରକାରୀ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷକ ନେତୃତ୍ୱରେ ଛାତ୍ର ମାନଙ୍କୁ ଧରି ବୁହାଇଲେ କାଠ । ରାଜ୍ୟରେ ସରକାର ସମସ୍ତ ସ୍କୁଲ ଗୁଡ଼ିକରେ ଦଣ୍ଡ ମୁକ୍ତ ଅଞ୍ଚଳ କରିଛନ୍ତି । ସ୍କୁଲରେ ପାଠପଢା ବଦଳରେ ଚାଲିଛି ଖୁଲମ ଖୁଲା ଛାତ୍ରଙ୍କୁ ନେଇ ବିଭିନ୍ନ କାର୍ଯ୍ୟ,ସ୍କୁଲର ଶିକ୍ଷୟତ୍ରିଙ୍କ ସମ୍ମୁଖରେ ସ୍କୁଲର ଛାତ୍ର ମାନେ କାଠ ବୋହୁ ଥିବାର ଦୃଶ୍ୟ କଏଦୀ ହେବା ପରେ ଚିହିଁକି ଉଠିଲେ ସ୍କୁଲର ପ୍ରଧାନ ଶିକ୍ଷକ ବ୍ରହ୍ମଚାରୀ ଜେନା। ଆମ ପ୍ରତିନିଧି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କହିଲେ ଆଗକୁ ପୂଜା ଆସୁଥିବା ନେଇ ମୁଁ ଖେଳ ଛୁଟିରେ କାଠ ବହିବାକୁ କହିଛି । କିନ୍ତୁ ବାସ୍ତବରେ ସେହି ସମୟଟି ୨:୨୦ ମିନିଟି ହୋଇଥିଲା।ସେପଟେ ଆମେ ଗୋଷ୍ଠି ଶିକ୍ଷା ଅଧିକାରୀ ନଳିନୀ କାନ୍ତ ମହାନ୍ତିଙ୍କୁ ପଚାରିବାରୁ ଏହାର ନିଶ୍ଚିତ ତଦନ୍ତ ହେବ ଏବଂ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ କଥାକୁ ଅବମାନା କରି ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଛୋଟରାୟପୁର ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ମାନଙ୍କୁ ପାଠପଢା ବଦଳରେ ସମୟକୁ ନଷ୍ଟ କରି କାଠ ବୋହିବା ଦୁସ୍ୟ ସାମ୍ମାନାକୁ ଆସିଥିଲା ।ଦେଖାଯାଉ ଏଭଳି ଘଟଣା ଉପରେ ଖୋର୍ଦ୍ଧା ଡ଼ିଇଓ ବିଶ୍ୱନାଥ ତରାଇ ଛାତ୍ରର କେଉଁ ଭଳି ପଦକ୍ଷେପ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କୁ ଉତ୍ତର ଦେଉଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ କହୁଛନ୍ତି କାହାକୁ ପଚାରୀକୁ ସ୍କୁଲ ଭିତରକୁ ପ୍ରବେଶ କଲ, କିନ୍ତୁ ପ୍ରଧାନ ଶିକ୍ଷକ ଜାଣିବା ଦରକାର ସରକାରଙ୍କ ଗାଇଡ଼ି ଲାଇନି କଣ ଅଛି,ପ୍ରଧାନ ଶିକ୍ଷକ ବୋଧେ ଜାଣି ନାହାନ୍ତି ସରକାରଙ୍କ ନିୟମ। ସାରଙ୍କୁ ଆଉଥରେ ଟ୍ରେନିଙ୍ଗ ନେବା ଆବଶ୍ୟକ ବୋଲି ଜଣା ପଡ଼ୁଛି ।

Leave a Reply

Your email address will not be published. Required fields are marked *