ଫୋକସ ପ୍ଲସ (କେସିଙ୍ଗା)୨୨/୦୭/୨୦୨୨: ସାଧାରଣ ଜନତାଙ୍କ ସବୁ ସମସ୍ୟା ର ସମାଧାନ କରିବା ପାଇଁ ଓ ସାଧାରଣ ଜନତା ଯେପରିଭାବରେ କୌଣସି ସମସ୍ୟା ରେ ହଇରାଣ ଯେମିତି ନହୁଅନ୍ତୁ ସେଥିପାଇଁ ଦୃଷ୍ଟି ଆଗରେ ରଖି ଓଡିଶା ସରକାର ବିଭିନ୍ନ ଯୋଜନ ମାନ ପ୍ରଣୟନ କରୁଛନ୍ତି ଯେପରିକି ସିଧାସଳଖ ଜନସାଧାରଣ ଲାଭ ଉଠାଇପାରିବେ ଆଉ ସେଥିମଧ୍ୟରୁ ମନୁଷ୍ୟ ବଂଚିବା ପାଇଁ ପାଣି ଏକ ନିହାତି ଆବଶ୍ୟକ ହୋଇପଡେ କିନ୍ତୁ କିଛି ଅମାନୁଷିକ ମଣିଷ ମାନେ ପାଣି ଟାଙ୍କିର କେବୁଲ ଚୋରିକରିବାକୁ ପଛଉ ନାହାନ୍ତି ଏହିଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ସିକେରପଡା ଛେନାଗା ରେ ସିକେରପଡା ର ଅତ୍ୟଧିକ ମାତ୍ରାରେ ଗାଁ ର ମହିଳା ମାନେ ଗାଁ ଦାଣ୍ଡରେ ହୋ ହାଲ୍ଲା ହଉଥିବା ସମୟରେ ଆମ କେସିଙ୍ଗା ପ୍ରତିନିଧି କୌଣସି କାମ ରେ ଯାଇ ସେହିରାସ୍ତା ଦେଇ ଫେରୁଥିବା ବେଳେ ପାଟିତୁଣ୍ଡ ଶୁଣି ଅଟକି ପଚାରି ବୁଝିବାରୁ ଜଣାପଡିଲାଯେ ଜୁନ ମାସ ତାରିଖ,29ରେ ରାତିରେ କିଛି ଦୁବୃତ୍ୟ ମାନେ ଛେନା ଗାଁ ରେ ପାଣି ଟାଙ୍କି ରୁ ସଂଯୋଗ ହୋଇ ପାଖ ନଦୀ ରେ ମଟରୁ କେବୁଲ ଚୋରି ହୋଇଛି ସାଙ୍ଗେ ସାଙ୍ଗେ ଆମ ପ୍ରତିନିଧି ଉକ୍ତ ମହିଳା ମାନଙ୍କ ର ପ୍ରତିକ୍ରିୟା ନବା ସହିତ ପାଣି ଟାଙ୍କିର ଇନଚାର୍ଜ ଙ୍କୁ ବି ପଚାରିବା ଥିଲେ ସାଙ୍ଗେ କୁଣ୍ଡାବନ୍ଧ ସରପଞ୍ଚ ମାଡାମ ଙ୍କୁ ସାକ୍ଷାତ କରି ତାଙ୍କ ପ୍ରତିକ୍ରିୟା ରେ କହିଲେ କି ଅତି ଶୀଘ୍ର ନିକଟସ୍ଥ କରଲାପଡା ଫାଣ୍ଡି ରେ କେଶ ରୁଜୁ କରାହେଇଛି ଆଉ ଅତି କମ ସମୟ ରେ କୁଣ୍ଡାବନ୍ଧ ଜନସାଧାରଣ ଙ୍କ ପାଣି ସମସ୍ୟା କୁ ଦୂର କରିବା ପାଇ ଚେଷ୍ଟା କରୁଛି ବୋଲି ପ୍ରତିକ୍ରିୟା ରଖିଥିଲେ ଇତିମଧ୍ୟରେ ବିଭାଗୀୟ JE ଶ୍ରୀ ଶେଠି ଙ୍କୁ କେବୁଲ ବିଷୟରେ ପଚାରିବାରୁ ଅତିକମ ସମୟରେ ଲାଗିବ ବୋଲି କହିଥିଲେ ତା ସହିତ କରଲାପଡା ଫାଣ୍ଡି ବାବୁ ମଧ୍ୟ ତଦନ୍ତ ଚାଲିଛି ବୋଲି ଫୋନ ମାଧ୍ୟମ ରେ ଜଣାଇ ଥିଲେ କିନ୍ତୁ ଆଜିବି ଏହି ପରି ମଣିଷ ଅଛନ୍ତି ଯିଏ ନିଜ ସୁଖ ପାଇଁ ଶହସ୍ର ଲୋକଙ୍କ ସୁଖକୁ ଛିନି ନେଇଥାଏ |
କଳାହାଣ୍ଡି ଜିଲ୍ଲା କେସିଙ୍ଗା ରୁ ସତ୍ୟ ନାରାୟଣ ମହାନନ୍ଦ ଫୋକସ ପ୍ଲସ |