ପାଣିପାଇଁ ଡହଳବିକଳ ଗ୍ରାମବାସୀ

ଫୋକସ ପ୍ଲସ ୩/୬/୨୨(ଅନୁଗୁଳ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ଆମ୍ବସରମୁଣ୍ଡା ପଞ୍ଚlୟତ ର ହେଡ କ୍ୱାଟର ଆମ୍ବସରମୁଣ୍ଡା ଗ୍ରାମରେ ପାଣିର ଅଭାବ ଏପରି ଦେଖାଦେଇଛି ଯେ କହିଲେ ନ ସରେ । ୫୪୨ ବିଶିଷ୍ଟ ଏହି ୱାଡ଼ ରେ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ଜଳ ଯୋଗାଣହେଉଥିବା ବେଳେ ବର୍ତ୍ତମାନ ଖରାଦିନରେ ଜଳର ସମସ୍ୟା ର ଏପରି ଅଭାବ ଯୋଗୁଁ ଖାଇବା ,ପିଇବା,ଗାଧୋଇବା ସହିତ ଗାଈଗୋରୁ ଚଳିବl ପାଇଁ ବହୁତ ଅସୁବିଧା ଦେଖାଦେଇଛି । ନଳକୂପ ଥିଲେ ମଧ୍ୟ ପାଣି ନାହିଁ । ଯାହା ଟ୍ୟାପ ରୁ ଯାହା ପାଣି ଆସୁଛି ତାହା ଭଙ୍ଗl ଦଦରା ଟ୍ୟାପ ରେ ପାଣି ପଳାଉଛି । ତତ ସହିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ସମ୍ପୂର୍ଣ ଅଚଳ ।ବାଟୋଇ କିମ୍ବା ଛାତ୍ରଛାତ୍ରୀ ମାନେ ପାଣି ପାଇଁ ଅସୁବିଧା । ଉକ୍ତ ଗ୍ରାମରେ ଅଧିକାଂଶ ନଳକୂପ ଖରାପ ଅବସ୍ଥାରେ ପଡିରହିଛି । ଏଣୁକରି ପ୍ରଶାସନିକ ବିଭାଗ ଉକ୍ତଗ୍ରାମକୁ ଏଯୁଦ୍ଧକାଳୀନ ଭିତ୍ତିରେ ଦୃଷ୍ଟି ଦେଇ ପାଣିର ସମସ୍ୟା ସମାଧାନ କଲେ ଆମ୍ବସରମୁଣ୍ଡା ଗ୍ରାମବାସୀ ଉପକୃତ ହେବେ ବୋଲି ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ଆଠମଲ୍ଲିକ ରୁ କରୁଣାକରନାୟକଙ୍କରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *