ପାଣିରେ ପଡିଲା ଆନ୍ଧ୍ରର ଦାଦାଗିରି

ଫୋକସ ପ୍ଲସ ୪/୨/୨୩(ରାୟଗଡ଼ା): ରାୟଗଡ଼ା ଜିଲ୍ଲା ସୀମାନ୍ତକୁ ଲାଗିଥିବା ଆନ୍ଧ୍ର ସୀମାନ୍ତ ମଧ୍ୟରେ ଲାଗିଥିବା ସୀମା ବିବାଦର ଆଜି ଦ୍ଵିତୟଥର ପାଇଁ ରାୟଗଡ଼ା ତହସିଲଦାର ଓ ଗୁମ୍ମା ଲକ୍ଷ୍ମୀ ପୁରର ତହସିଲଦାର ମୁହାଁମୁହିଁ ହୋଇ ବିବାଦର ସମାଧାନର ବାଟ କାଢି ଥିଲେ । ଦୁର୍ଗାପାଡୁ ପଞ୍ଚାୟତର ପାଲମା ତୁଳସୀ ଗାଁ ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଡୋରରେ ଓଡ଼ିଶା ରାଜ୍ୟର ବେସରକାରୀ ଭାବେ ଥିବା ଜଣେ ଜମି ପଟାଦାରଙ୍କ ଜମିରେ ଆନ୍ଧ୍ର ଜବରଦଖଲ ଭାବେ ରାସ୍ତା ତିଆରି କରୁଥିବା ନେଇ ଚାଲିଥିବା ସୀମା ବିବାଦର ସମାଧାନ କରିବାକୁ ରାଜସ୍ୱ ନିରୀକ୍ଷକ ଅଶ୍ଵିନୀ ପଣ୍ଡା ୧୯୫୪ ମସିହାରେ ଦୁଇ ରାଜ୍ୟର ସୀମା ଚିହ୍ନଟ ସର୍ଭେରେ ହୋଇଥିବା ଏକ ବୃହତ୍ ଶିଳାରେ ଥିବା ସୀମା ଚିହ୍ନଟର ପ୍ରମାଣ ଦେଖେଇ ଏହା ଓଡ଼ିଶାର ଜମି ବୋଲି ପ୍ରମାଣିତ କରିଥିଲେ ,ଏହାକୁ ଆନ୍ଧ୍ର ପ୍ରଦେଶରୁ ଆସିଥିବା ସରକାରି ଦଳର ଗୁମ୍ମା ଲକ୍ଷ୍ମୀ ପୁରର ତହସିଲଦାର ଜେମିନି ରମାଲୁମ୍ମା ସମ୍ମତି ଜଣାଇ ରାଜସ୍ବ ଜମିର ଚିହ୍ନଟ ଓ ଏହାର ସୀମାନ୍ତ ବିବାଦର ଅଧା ସମାଧାନ କରିଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ସଂରକ୍ଷିତ ଅଞ୍ଚଳ ଓ ଚିହ୍ନଟ କାର୍ଯ୍ୟକୁ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଜଙ୍ଗଲ ବିଭାଗର ଅଧିକାରୀଙ୍କ କଥା ହାସ୍ୟାସ୍ପଦ ଭଳି ମନେହେଉଥିଲା । ଯେଉଁଠି ରାଜସ୍ବ ବିଭାଗ ସୀମାନ୍ତ କୁ ଓଡ଼ିଶାର ଏଵଂ ସେଠାରେ ସେମାନେ ଓଡିଶାର ପଟାଦାରଙ୍କ ଜମିକୁ ଜବରଦଖଲ କରି ସେଠାରେ ରାସ୍ତା ତିଆରି କରୁଥିବା ନେଇ ଦୁଇ ସିମାନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନେଇ ଆଜି ଦୁଇ ରାଜ୍ୟର ପ୍ରାଶାସନିକ ଅଧିକାରୀ ମିଳିତ ଭାବରେ ଅନୁଧ୍ୟାନ କରି ଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ସେମାନଙ୍କ ଭୁଲ୍ ମାନିଥିବା ବେଳେ ଏହା ଓଡ଼ିଶାର ଜମି ବୋଲି କହିଥିଲେ। ଗତକାଲି ରାତିରେ ପଡୋଶୀ ରାଜ୍ୟର କିଛି ଲୋକ ଓଡ଼ିଶା ତତଫରୁ ପୋତା ଯାଇଥିବା ସୀମା ଫଳକକୁ ଉପାଡ଼ି ଫିଙ୍ଗି ଦେଇଥିବା ବେଳେ ଏନେଇ ମଧ୍ୟ ଯୁକ୍ତି ତର୍କ ହୋଇଥିଲା । ଦୁଇ ରାଜ୍ୟର ପ୍ରାଶାସନିକ ସ୍ତରରେ କଥାବାର୍ତ୍ତା ସମୟରେ ରାୟଗଡ଼ା ବି ଡି ଓ ଲକ୍ଷ୍ମୀନାରାୟଣ ସାବତ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗା ପୁଆଲା ,ମିରାବାଲି ସରପଞ୍ଚ ଅଶୋକ ପୁଆଲା ଦୁର୍ଗାପାଡୁ ସରପଞ୍ଚ ସୁଶୀଳା ପୁଆଲା ଉପସ୍ଥିତ ଥିଲେ । ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳର ଜନସାଧାରଣ ମଧ୍ୟ ଉପସ୍ଥିତି ଥିଲେ । ଏଭଳି ସୀମା ବିବାଦ ପଡୋଶୀ ଆନ୍ଧ୍ର ବିଭିନ୍ନ ସୀମାରେ କରୁଥିବା ବେଳେ କୋଟିଆ ରେ ମଧ୍ୟ ଏଭଳି କିଛି ଘଟଣା ଘଟିଛି ଯାହାର ସମାଧାନ ଏଯାବତ୍ ହୋଇପାରିନାହିଁ । ଏଭଳି ବିବାଦର ସମାଧାନ କରିବାକୁ ହେଲେ ଉକ୍ତ ସୀମାନ୍ତ ଅଞ୍ଚଳରେ ଆଖିଦୃଶିଆ ଉନ୍ନୟମୂଳକ କାର୍ଯ୍ୟ ତଥା ରାସ୍ତା ଘାଟ, ବିଦ୍ୟାଳୟ , ପାନୀୟଜଳ ଏଭଳି କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କଲେ ଏଭଳି ଘଟଣା ର ପୁନରାବୃତ୍ତି ହେବନାହିଁ ବୋଲି ଚାଷୀ ମୂଲିଆ ପରିଷଦର ସଭାପତି ପ୍ରତାପ ପୁଆଲା କହିଛନ୍ତି । ଏହି ସମୟରେ ଓଡିଶାର ସୀମା ଫଳକ ଭାଙ୍ଗି ଦେଇଥିବାରୁ ପଲମା ତୁଳସୀ ର ଗ୍ରାମବାସୀ ମାନେ ପାଟିତୁଣ୍ଡ ମଧ୍ୟ କରିଥିଲେ ।ଏବେ ଦେଖିବାକୁ ବାକି ରହିଲା ପଡୋଶୀ ରାଜ୍ୟ ଏହି ସୀମାନ୍ତ ବିବାଦକୁ ଏଥି ସମାପ୍ତ କରିବା ନା ତାହାର ପୁରୁଣା ଭଳିକପତ୍ କରି ପୁଣି କିଛି ପନ୍ଥା ଆପଣେଇବ ।

 

Leave a Reply

Your email address will not be published. Required fields are marked *