ପାଣି ଟାଙ୍କି ଅଛି କିନ୍ତୁ ମିଳୁନି ବୁନ୍ଦାଏ ପାଣି

ଫୋକସ ପ୍ଲସ ୧୧/୬/୨୨ (ଧର୍ମଗଡ଼): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତରଞ୍ଜ। ଗାଁ ରେ 10 ଲକ୍ଷ୍ୟ ବିନିମୟରେ ପାଣି ଟାଙ୍କି ହେଉଛି ଆଉ ପାଇପ ବି ସଂଯୋଗ ହେଇଛି କିନ୍ତୁ ପାଣି ଆସୁନି।ନିମ୍ନମାନର ପାଇପ କାମ ଯୋଗୁଁ ପାଣି ଲିକ ହୋଇ ରାସ୍ତାରେ ବୋହି ଯାଉଛି।ଗ୍ରୀଷ୍ମ ଋତୁରେ ଲୋକେ ପାଣି ପାଇଁ ହାହାକାର ହେଉଥିବା ବେଳେ ପୋଖରୀ ଗୁଡିକ ବି ଶୁଖିଲାଣି ଏପଟେ ପାଣି ଟାଙ୍କି ରୁ ବି ପାଣି ଲିକ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି।କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଘର ଘର କୁ ନଳ ପାଣି ସଂଯୋଗ କରିବା ପାଇଁ କହୁଥିବା ବେଳେ ଏଠି ଏହାର ବ୍ୟତିକ୍ରମ ଦେଖାଦେଇଛି।ଠିକାଦାର ଓ ଜେଇ ର ମଧୁ ଚନ୍ଦ୍ରିକା ଦ୍ୱାରା ସାଧାରଣ ଲୋକ ନିଜ ଅଧିକାର ରୁ ବଞ୍ଚିତ ହେଉଛନ୍ତି।ଏହାର ନିରପେକ୍ଷ ତଦନ୍ତ ପାଇଁ ଜନସାଧାରଣ ଦାବି କରିବା ସହ ଶୀଘ୍ର ଜଳଯୋଗାଣ ପାଇଁ ଦାବି କରିଛନ୍ତି।

କଳାହାଣ୍ଡି ରୁ ବିଶ୍ୱରଂଜନ ପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

 

Leave a Reply

Your email address will not be published. Required fields are marked *