ପାନୀୟ ଜଳ ପାଇଁ ରାସ୍ତା ଅବରୋଧ

ଫୋକସ ପ୍ଲସ 13/6/22(କୋକସରା): ପାନୀୟ ଜଳ ପାଇଁ ଜାତୀୟ ରାଜପଥ ଅବରୋଧ କଲେ ମହିଳା, କୋକସରା ବ୍ଲକ କୋକସରା ପଞ୍ଚାୟତ ର ସଦର କୋକସରା ଗ୍ରାମରେ ଆଜକୁ ୧୫ ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି, ଫଳରେ ଅସହ୍ୟ ଖରାରେ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ, ସରପଞ୍ଚ ସମେତ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ଗ୍ରାମର ମହିଳା ସମେତ ଗ୍ରାମବାସୀ ମାନେ ଜାତୀୟ ରାଜପଥ୨୬ କୁ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି।ଘଟଣାସ୍ଥଳରେ ସରପଞ୍ଚ ଜିପିଓ ସମେତ କୋକସରା ପୋଲିସ ପହଞ୍ଚି ଆନ୍ଦୋଳନ ରେ ଥିବା ମହିଳା ଓ ଗ୍ରାମବାସୀ ଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଛି।ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇନାହିଁ।

କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା focus plus

Leave a Reply

Your email address will not be published. Required fields are marked *