ପାରମ୍ପରିକ ବାଦ୍ୟ ବଦଳରେ ଇଲେକ୍ଟ୍ରୋନିକ୍ସ ବାଦ୍ୟ |

ଫୋକସ ପ୍ଲସ୧୭/୧/୨୩(ବ୍ୟୁରୋ):ଧୀରେ ଧିରେ ଏ ମଣିଷ ସମାଜ ଆଧ୍ୟାତ୍ମିକ ଭାବନାଠାରୁ ଦୁରେଇ ଯାଉଛି |ଦିନ ଥିଲା ମଣିଷ ମନ୍ଦିରରେ ଭଜନ କୀର୍ତ୍ତନ କରୁଥିଲା ଏବଂ ତା ସହିତ ବିଭିନ ବାଦ୍ୟଯନ୍ତ୍ର ଯଥା ମୃଦଙ୍ଗ ,ଖୋଳ, ଝାଞ୍ଜ ,ଆଦି ବାଦ୍ୟ ଯନ୍ତ୍ର ବଜାଉଥିଲା |ସନ୍ଧ୍ୟା ଆଳତି ହେଉ କିମ୍ବା ସକାଳର ଧୂପ ମଣିଷ ଭଗବାନଙ୍କ ନିକଟରେ ବସି ପ୍ରାର୍ଥନା କରୁଥିଲା ଏବଂ ବିଭିନ୍ନ ବାଦ୍ୟ ବଜାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ନା ଦେଖିବାକୁ ମିଳୁଛି ଭକ୍ତଙ୍କ ଭଜନ କୀର୍ତ୍ତନ ନା ଦେଖିବାକୁ ମିଳୁଛି ବିଭିନ୍ନ ବାଦ୍ୟ ଯନ୍ତ୍ର |କେମିତି ବା ଏସବୁ ଦେଖିବାକୁ ମିଳିବ ଆଜି କାଲିର ଲୋକମାନେ ଏସବୁଠାରୁ ଦୂରେଇଯାଉଛନ୍ତି |କାହା ପାଖରେ ସମୟ ନାହିଁ ଭଜନ କୀର୍ତ୍ତନ କରିବାକୁ |ଧୀରେ ଧୀରେ ମଣିଷ ଵାସ୍ତୁବାଦୀ ହୋଇଯାଉଛି |ଆଗ କାଳର ସେ ବାଜା,ମୃଦଙ୍ଗ,ଖୋଳ,ଝାଞ୍ଜ ବଜାଇବା ମଣିଷ ସବୁ ଭୁଲି ଗଲାଣି ,ଏସବୁ ଏବେ ବଜାଉଛି ଯନ୍ତ୍ର |ଆଜ୍ଞା ହଁ ସବୁଠି ଇଲେକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ରର ସ୍ୱର |ମଣିଷ ଯେମିତି ଆଜି ଯନ୍ତ୍ରବାଦୀ ପାଲଟି ଯାଇଛି | ମନ୍ଦିର ବେଢାରେ ସନ୍ଧ୍ୟା ସମୟରେ ଝାଞ୍ଜ ,ମୃଦଙ୍ଗ ଏବଂ ଖୋଳ ବଦଳରେ ଏବେ ଇଲେକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ରର ଚାହିଦା ବଢିଛି |ଲୋକମାନଙ୍କର ସେ ଗହଳି ଚହଳି ଆଉ ପୂର୍ବ ଭଳି ନାହିଁ |ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ଭାବେ ମନ୍ଦିରର ସ୍ଥାନ ସବୁବେଳେ ଅନନ୍ୟ ଏବଂ ସ୍ୱତନ୍ତ୍ର |ଦିନ ଯାକର ଜଂଜାଳମୟ ଜୀବନ ଭିତରେ ଅବସାଦରେ ରହୁଥିବା ମଣିଷଟି ସଞ୍ଜ ହେଲେ କିଛି ସମୟ ପାଇଁ ମନ୍ଦିର ବେଢାକୁ ଧାଇଁ ଆସେ |ଭଗବାନଙ୍କ ନିକଟରେ ପ୍ରାଥନା କରେ ନିଜର ଅଭିଯୋଗ ଜଣାଏ ଏବଂ ଭଗବାନଙ୍କ ଉପରେ ଅଭିମାନ ମଧ୍ୟ କରେ |ପରେ ଭଜନ କୀର୍ତ୍ତନ କରି ମୃଦଙ୍ଗ ,ଖୋଳର ତାଳେ ତାଳେ ଭଗବାନଙ୍କ ନାମ ଉଚ୍ଚାରଣ ଭିତରେ ନିଜର ସକାଳ ଦୁଃଖକୁ ଭୁଲିଯାଏ |ସନ୍ଧ୍ୟା ଆଳତି ଏବଂ ମନ୍ଦିର ପ୍ରାଙ୍ଗଣରେ ଭଜନ କୀର୍ତ୍ତନର ସୁଖଦ ଅନୁଭବ ସହ ଆମେ ପ୍ରାୟ ସମସ୍ତେ ପରିଚିତ ଥିବା ନିଶ୍ଚିତ |ଏବେ କିଂତୁ ଆଉ ସମାନ ସ୍ଥିତି ନାହିଁ |କିଛି କିଛି ମନ୍ଦିରକୁ ଛାଡିଦେଲେ ଏଭଳି ସ୍ଥିତି ପ୍ରାୟ ସମସ୍ତ ଜାଗାରେ ଦେଖିବାକୁ ମିଳୁଛି| ସନ୍ଧ୍ୟା ସମୟରେ ଯେଉଁ ମନ୍ଦିର ପ୍ରାଙ୍ଗଣରେ ଲୋକଙ୍କ ଗହଳିରେ ଉଛୁଳି ପଡୁଥିଲା ବର୍ତ୍ତମାନ ସମୟରେ କିଛି ହାତଗଣତି ଲୋକଙ୍କୁ ଛାଡିଦେଲେ ଆଉ କେହି ପ୍ରାୟତଃ ଦେଖିବାକୁ ମିଳୁ ନାହାନ୍ତି |ଈଶ୍ୱର ଭକ୍ତି ପାଇଁ କାହା ପାଖରେ ସମୟ ନାହିଁ |ଦିନକୁ ଦିନ ଆମେ ବସ୍ତୁବାଦୀ ହୋଇପଡୁଛେ |ମଣିଷ ଭିତରେ ଦିବ୍ୟଗୁଣର ଅବକ୍ଷୟ ହେବାରେ ଲାଗିଛି |ସେ ସନ୍ଧ୍ୟା ହେଉ କି ସକାଳ ସମୟ ମନ୍ଦିରରେ ଭକ୍ତଂକ ଗହଳି କମିବାକୁ ନେଇ ବିଭିନ୍ନ କାରଣ ରହିଛି |ଆଜିର ପୀଢ଼ି ପାରମ୍ପରିକ ବାଦ୍ୟ ଯନ୍ତ୍ର ,ବିଭିନ୍ନ ଝାଞ୍ଜ ,ମୃଦଙ୍ଗ ,ଖୋଳ ବଜେଇବାର କୌଶଳ ସବୁ ଭୁଲି ଗଲାଣି ,କାହା ମଧ୍ୟରେ ଏସବୁ ଶିଖିବାକୁ ଆଗ୍ରହ ମଧ୍ୟ ନାହିଁ | ବାଦ୍ୟଯନ୍ତ୍ର ବଜେଇବା ଶିଖିଥିଲେ ମଧ୍ୟ କାହାରି ପାଖରେ ସମୟ ନାହିଁ ମନ୍ଦିରରେ ଏସବୁ ବଜେଇବାକୁ | ଯାହା ଫଳରେ କି ଏହି ପାରମ୍ପରିକ ବାଦ୍ୟ ଯନ୍ତ୍ର ବଦଳରେ ଇଲେକ୍ଟ୍ରିନିକ୍ସ ବାଦ୍ୟଯନ୍ତ୍ର ତାର ସ୍ଥାନ ନେଇଛି ଏବଂ ବିଭିନ୍ନ ମନ୍ଦିରରେ ଇଲେକ୍ଟ୍ରିନିକ୍ସ ବାଦ୍ୟଯନ୍ତ୍ର ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି |

Leave a Reply

Your email address will not be published. Required fields are marked *