ପାରାଦୀପରେ ସେକ୍ସ୍ ରାକେଟ୍ ଠାବ, ଘର ମାଲିକଙ୍କ ସମେତ ୭ ଗରାଖ ଆଉ ୪ ଜଣ ଯୁବତୀ ଗିରଫ |

ଜଗତସିଂହପୁର୩୦/୦୧/୨୦୨୪: ପାରାଦୀପ ଉଦୟବିହାର ଫେଜ୍ ୱାନ୍‌ର ଓ୍ବାନ୍ ଏକ ଭଡା ଘରେ ବଡ ଧରଣର ସେକ୍ସ୍ ରାକେଟ୍ ଚାଲୁଥିବା ବେଳେ ରେଡ୍ କରିଛି ପାରାଦୀପ ଲକ୍ ଥାନା ପୋଲିସ | ଉଦୟବିହାର ଫେଜ୍ ୱାନ୍‌ର ଏସ୍କ୍ ଅରମାନ୍‌ଙ୍କ ତିନି ମହଲା ବିଶିଷ୍ଟ କୋଠା ଘରେ ଦୀର୍ଘ ଦିନରୁ ସେକ୍ସ ମ୍ୟାକେଟ୍ ଚାଲୁଥିଲା। ଉକ୍ତ ଘରେ ପ୍ରତେକ ଦିନ ବିଳମ୍ବିତ ରାତିରେ ବଡ଼ ବଡ ଦାମୀ ଗାଡ଼ି ଲାଗିବା ସହିତ ନାରୀ ଦେହର ସୈଦା କରାଯାଉଥିଲା | ଏପରିକି ସେଠାରେ ନିଶାଦ୍ରବ୍ୟର ବହୁଳ ମାତ୍ରାରେ ବ୍ୟବ‌ହାର ହେଉଥିଲା | ଏହି କରାବାର ପ୍ରଛଦ୍ଦରେ କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ରହି ଅନୈତିକ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହଉଛି | ସ୍ଥାନୀୟ ଲୋକେ ସବୁ ଜାଣୁଥିଲେ ମଧ୍ୟ କେହି ସାହସ ଜୁଟାଇ ବିରୋଧ କରିପାରୁ ନଥିଲେ । ଗତକାଲି ଅପରାହ୍ନରେ ଦେହଜୀବୀ ଓ ଗ୍ରାହକଙ୍କ ମଧ୍ୟରେ କାରବାରକୁ ନେଇ ପାଟିତୁଣ୍ଡ ହେବାରୁ, ସ୍ଥାନୀୟ ଲୋକେ ଏହାର ବିରୋଧ କରିବା ସିହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଲକ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରେ ଚଢଉ କରିଥିଲା। ଚଢଉ ହେବା ଜାଣି ଦେହଜୀବୀମାନେ ପରେ ଘରର ଭିତରପଟୁ କବାଟ ବନ୍ଦ କରିଦେଇଥିଲ। ପୁଲିସ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଘର ମାଲିକ ସମେତ ୪ଜଣ ଦେହଜୀବୀଙ୍କ ସହ ୮ଜଣ ଗରାଖଙ୍କୁ ଧରିଥିଲା। ତେବେ ପାରାଦୀପ ବିଭିନ୍ନ ହୋଟେଲ, ଗେଷ୍ଟ୍ ହାଉସ, ସ୍ପା, ବିଭିନ୍ନ ଭଡା ଘର ଗୁଡ଼ିକରେ ବଙ୍ଗୀୟ ଯୁବତୀଙ୍କୁ ଆଣି ସେକ୍ସ ରାକେଟ୍ ଚଲାଯାଉଛି। ପୁଲିସ୍ ପାଖରେ ଖବର ଥିଲେ ମଧ୍ୟ ପୋଲିଲ୍ ପଦକ୍ଷେପ ନେଉନ ଥିବା ସାଧାରଣରେ ଆଲୋଚନା ହେଉଛି | ତେଣୁ ପାରାଦୀପରେ ବଡ ଧରଣର ସେକ୍ସ ରାକେଟ୍‌ ଧରାପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି, ଆଗାମୀ ଦିନରେ ପାରାଦୀପ ସହରରେ ବଢୁଥିବା ସେକ୍ସ୍ ରାକେଟ୍ ଗୁଡ଼ିକୁ କିଭଳି ବନ୍ଦ କରା‌ଯିବ ସେ ଦିଗରେ ପୁଲିସର ଆଗାମୀ ପଦକ୍ଷେପ କଣ ରହୁଛି ପାରାଦୀପବାସୀ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *