ପାରିବାରିକ କଳହରୁ,ନଦୀକୁ ଡେଇଁଲେ ସ୍ୱାମୀ, ସ୍ତ୍ରୀ…

ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି। ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର। ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍‌ ଅଗ୍ନିଶମ ବିଭାଗ।ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର। କଟକରେ ରହି ପ୍ରାଇଭେଟ୍‌ କାର ଚଲାନ୍ତି। ଆଜି ସନ୍ଧ୍ୟା ବେଳେ ସେ ଓ ତାଙ୍କ ପତ୍ନୀ ତ୍ରିଶୁଳି ବ୍ରିଜ୍‌ ପାଖକୁ ଆସିଥିଲେ। ବ୍ରିଜ୍‌ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ଭରା କାଠଯୋଡି ନଦୀକୁ ଡେଇଁ ପଡ଼ିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବର୍ଷା ସତ୍ତ୍ୱେ ବ୍ରିଜ୍‌ ଉପରେ ଲୋକଙ୍କ ଗହଳି ଲାଗି ରହିଛି। ବାରଙ୍ଗ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ହେଲେ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାରକାଳୀ ଦଳ ନଦୀ ଭିତରକୁ ପ୍ରବେଶ କରିବାକୁ ସାହସ କରିପାରୁନି। 

Leave a Reply

Your email address will not be published. Required fields are marked *