ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା

ଫୋକସ ପ୍ଲସ(ବଣାଇ): ପାର୍ବଣ ଆଗମନ ପୂର୍ବରୁ ଏକ ବଡ ସଫଳତା ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅବକାରୀ ବିଭାଗକୁ । ଗତ କିଛି ଦିନ ତଳେ ରାଉଲକେଲା ଅଞ୍ଚଳରେ ଅନ୍ୟ ରାଜ୍ୟରୁ ବିଦେଶୀ ମଦ ଶସ୍ତା ଦାମରେ ଆଣି ଅଧିକା ଦାମର ବୋତଲରେ ପୁରାଇ ବଜାରରେ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ହାତରେ ସଂପୃକ୍ତ ବେପାରୀ ଧରା ପଡିଥିଲା । ସେଠାରେ କମ ପରିମାଣର ମଦ ଧରା ପଡିଥିବା ବେଳେ ବାହାର ରାଜ୍ୟରୁ ବଣାଇ ଅଞ୍ଚଳକୁ ବିପୁଳ ପରିମାଣର ମଦ ଚାଲାଣ ହୋଇଥିବା ବିଶେଷ ସୁତ୍ରରୁ ଵଣାଇ ଅବକାରୀ ବିଭାଗକୁ ଖବର ଆସିଥିଲା । ଫଳରେ ଏନେଇ ଅବକାରୀ ବିଭାଗ ଛାନଭିନ ଆରମ୍ଭ କରି ଆଜି ସଫଳ ହୋଇଥିଲା |

ଆଜି ବଣାଇ ଅବକାରୀ ବିଭାଗ ବଣାଇ ବ୍ଲକ ଅନ୍ତର୍ଗତ ଭାଙ୍ଗିଡିହି ଗ୍ରାମକୁ ଯାଇ ସେଠାରେ ଅତର୍କିତ ଚଢାଉ କରି ବଳଭଦ୍ର ପାତ୍ରଙ୍କ ଘରୁ ୭୬୫ ଲିଟର ବିଦେଶୀ ମଦ ଜବତ କରିବା ସହ କିଛି ପାଣି ବୋତଲ, ଖାଲି ବୋତଲ, ଠିପି, ସିଲ୍, ଟ୍ୟାଗ୍ ପ୍ରଭୁତି ଜବତ କରିବା ସହ ବଳଭଦ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ରଙ୍କୁ ଗିରଫ କରିଥିଲା । କୈାଣସି ପ୍ରକାର ବଳଭଦ୍ର ଫେରାର ହୋଇଯାଇଥିଲା | ଏହା ସୁନ୍ଦରଗଡ ଜିଲ୍ଲାର ସବୁଠାରୁ ବଡ ପରିମାଣର ମଦ ଜବତ ହୋଇଥିବା ଵଣାଇ ଅବକାରୀ ଅଧିକାରୀ ସୂଚନା ଦେବା ସହିତ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ରୁ ନଗେଶ ଚନ୍ଦ୍ର ପାଢ଼ୀଙ୍କ ସହ ବଣାଇରୁ ଉମେଶ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *