ପିଇବା ପାଣି ଟାଙ୍କୀ ପାଲଟିଛି ଆବର୍ଜନା କୁଣ୍ଡ

ଫୋକସ ପ୍ଲସ 9/3/2023(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ହେଉଛନ୍ତି ମାଆ କିଚକେଶ୍ୱରି, ଦୈନିକ ହଜାର ହଜାର ପର୍ଯ୍ୟଟକ ଏହି ଐତିହାସିକ ମନ୍ଦିର କୁ ଦର୍ଶନ ପାଇଁ ଆସିଥାନ୍ତି , ଏହି ମନ୍ଦିର ଅନେକ ପୁରାତନ ଓ ଅନେକ କିମ୍ବଦନ୍ତୀ ରହିଥିବା ବେଳେ , ଅବହେଳିତ ଅବସ୍ଥାରେ ମନ୍ଦିରର ଚତୁରପାର୍ଶ୍ଵ , ବିଶେଷ କରି ଖରା ଦିନରେ ପାନୀୟଜଳ ସମସ୍ୟା ଦେଖାଯାଇଛି ,, ଏସ ଆର୍ ରୁଙ୍ଗୁଟା ତରଫରୁ ଥିବା ଏକ ପିଇବା ପାଣି ତାଙ୍କି ଚତୁର୍ପର୍ଶ୍ୱ ଏବେ ଆବର୍ଜନା ମଇଳା ରେ ଭର୍ତ୍ତି , ବାରମ୍ବାର ଅଭିଯୋଗ ସ୍ଵତ୍ତେ ମଧ୍ୟ ପିଇବା ପାଣି ପାଇଁ ପର୍ଯ୍ୟଟକ ମାନେ ହଇରାଣ ହେବାର ଦେଖିବାକୁ ମିଳୁଛି , ମନ୍ଦିର ବାହାରେ ଥିବା ଏହି ଏକ ମାତ୍ର ପାଣି ଟଙ୍କୀ ଟି ଏବେ ଆବର୍ଜନା କୁଣ୍ଡ ପାଲଟି ଯାଇଚି ,,, ଏଠାରେ ୬ ଗୋଟି ଟେପ୍ ଲାଗିବା ଥିବା ବେଳେ , ମାତ୍ର ଗୋଟିଏ ଟେପ୍ ଲାଗିଚି ,, ଅନ୍ୟ ଟେପ୍ ସବୁ ଭାଙ୍ଗି ଯାଇଛି ,,, ତାହାଲେ ଏଠାରେ ପ୍ରଶ୍ନ ଆସିଚି , ଖରା ଦିନରେ ପାନୀୟଜଳ ସମସ୍ୟା ପାଇଁ ମନ୍ଦିର ପ୍ରଶାସନ କରୁଚି କଣ ? ଓ କାହିଁକି ପିଇବା ପାଣି ସ୍ଥାନ ରେ ଲୋକ ଆବର୍ଜନା କୁଣ୍ଡ କରି ଦେଇଛନ୍ତି ?? ପ୍ରଶାସନ ର କେବେ ଦୃଷ୍ଟି ପଡ଼ିବ ଏହି ପିଇବା ପାଣି ସମସ୍ୟା ଉପରେ ??

Leave a Reply

Your email address will not be published. Required fields are marked *