ପିଏମ ଜନମନ ଯୋଜନାରେ ଆଦିମ ଜନଜାତିଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ।

ରାୟଗଡ଼ା୧୬/୦୧/୨୦୨୪:ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅନ୍ତର୍ଗତ ଆଦିମ ଜନଜାତିଙ୍କ ସହ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାୟଗଡା ଜିଲ୍ଲା ଚାଟିକଣା ସ୍ଥିତ ଆଦିବାସୀ ବ୍ୟାକ୍ଷା କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଆଦିମ ଜନଜାତି ଡ଼ଙ୍ଗରିଆ ଓ ଲାଞ୍ଜିଆ ସଉରା ଉପସ୍ଥିତି ରହି ପ୍ରଧାନମନ୍ତ୍ରୀଙ୍କ ଜନଜାତିଙ୍କ ସହ କରିଥିବା ମତବିନିମୟ ଦେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଆଇଟିଡିଏ ପିଏ ରାୟଗଡା ଓ ଗୁଣୁପୁର ସହ ବ୍ଲକ ଅଧକ୍ଷା,ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପିଏମ ଜନମନ ଯୋଜନାରେ ଜନଜାତିଙ୍କୁ ବନ ଧନ ବିକାଶ କେନ୍ଦ୍ରର କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ଜଙ୍ଗଲ ଜମି ପଟ୍ଟା, ଜାତି ପ୍ରମାଣ ପତ୍ର ଓ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ ଶିବିର ସହ ବିଭିନ୍ନ ବିଭାଗୀୟ ଷ୍ଟଲ ଦ୍ଵାରା ସଚେତନତା କରାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜନଜାତି ନିମିତ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ ଓ ଲାଞ୍ଜିଆ ସଉରା ଆଦିବାସୀ।

Leave a Reply

Your email address will not be published. Required fields are marked *