ପିକପଭ୍ୟାନ ଓଲଟି 15 ଗୁରୁତର |

ବଲାଙ୍ଗୀରି06/12/2023; ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଏକ୍ ପିକଅପ୍ ଭ୍ଯାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ 14 ରୁ ଅଧିକ ଜଣ ଗୁରୁତର ଆହାତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି. ମିଳିଥିବା ସୂଚନା ଅନୁଶାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20/25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡା କୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ଯାନ ଓଲଟି ପଡିଥିଲା. ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ପହଞ୍ଚାଇଥିଲେ , ହସ୍ପିଟାଲ ରେ ବର୍ତ୍ତମାନ୍ ଆହତ ଙ୍କ ଚିକିତ୍ସା ଚାଲିଛି, ହେଲେ ବର୍ତ୍ତମାନ୍ ସୁଦ୍ଧା କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି |

Leave a Reply

Your email address will not be published. Required fields are marked *