ପିଲାଚୋର ଆତଙ୍କ

ଫୋକସ ପ୍ଲସ (ବାଲିଆପାଳ): ଗତ କିଛିଦିନ ହେବ ପିଲାଚୋରିର ଆତଙ୍କ ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି |ବିଶେଷକରି 3ବର୍ଷ ରୁ 11ବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ପିଲାମାନଙ୍କୁ ପିଲାଚୋର ମାନେ ଟାର୍ଗେଟ କରୁଛନ୍ତି | ଘଟଣାରୁ ପ୍ରକାଶ ବର୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗ ନେଇ କିଛି ଅଣଓଡ଼ିଆ ପୁରୁଷ ଓ ସ୍ତ୍ରୀ ଲୋକ |ବାଲିଆପାଳ ଅଞ୍ଚଳରେ ପିଲାଚୋରିର ଆତଙ୍କ ସୃଷ୍ଟି କରିଛନ୍ତି | ଗତ ସପ୍ତାହରେ ବଡାଶ ପଞ୍ଚାୟତରରେ ଦିନ ଦ୍ୱିପହରରେ ପିଲାଚୋରିକରି ଦୁର୍ବୁତ୍ତ ଧରା ପଡିଥିଲା ବେଳେ ବୁଧବାର ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୁତ୍ତ ଛୋଟ ପିଲାଙ୍କୁ ଚକଲେଟ ଦେଉଥିବାର ଦେଖି ଲୋକମାନେ ତାକୁ କାବୁକରି ତାର ଠିକଣା ପଚାରିବାରୁ ଥିଲେ | ସେ ପ୍ରଥମେ କଟକ ପରେ ମୁମ୍ବାଇ ତାପରେ ହାଇଦ୍ରାବାଦ ଆଦି କହିବାରୁ ସନ୍ଦେହ ଅଧିକ ହୋଇଥିଲା |

ପରେତା ବ୍ୟାଗରୁ କିଛି ମାସ୍କ, ସ୍ପ୍ରେ, ବ୍ଲେଡ଼, ଛୁଞ୍ଚି ଆଦି ଜିନିଷ ଦେଖିବାକୁ ପାଇଥିଲେ ଓ ପିଲାଚୋର ସନ୍ଦେହରେ ବାଲିଆପାଳ ପୋଲିସ ରେ ଜିମା ଦେଇଥିଲେ | ଠିକ ସମାନ ଧରଣର ଘଟଣା ଗତକାଲି ମଧ୍ୟ ଘଟିଛି ଜଗତିପୁର ପଞ୍ଚାୟତର ଅଦଭୂତିଆ ମାର୍କେଟରେ |ସେଠାରୁ ଆଜିମଧ୍ୟ ଜଣେ ଅଣଓଡିଶା ସ୍ତ୍ରୀ ଲୋକକୁ ଲୋକେ ଅଟକ ରଖିଛନ୍ତି | ଦେଖିବାପାଇଁ ସେମାନେ ଭିକାରି ଭଳି ଲାଗୁଛନ୍ତି ହେଲେ ବାସ୍ତବରେ ତାଙ୍କର ଏକ ଗ୍ୟାଙ୍ଗ ଏହି ଅଞ୍ଚଳରେ ପିଲାଚୋରି ପାଇଁ ପଶିଆସିଥିବାର ଅନୁମାନ କରାଯାଉଛି | ତେବେ ଦେଖିବାକୁ ବାକିରହିଲା ଏହି ଘଟଣା ପରେ ବାଲିଆପାଳ ପୋଲିସ କି ପଦକ୍ଷେପ ନେଉଉଛି |

ବାଲିଆପାଳରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *