ଫୋକସ ପ୍ଲସ(ଧର୍ମଶାଳା)୦୭/୦୯/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜା ପୁର ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପ୍ରଶାନ୍ତ ବାବୁ ନିଜ ପଂଚାୟତ ର ପି. ଇ. ଓ ନାଁରେ ଆଣିଛନ୍ତି ସଂଗୀନ ଅଭିଯୋଗ l ପଂଚାୟତର ପି. ଇ. ଓ ଶ୍ରୀଯୁକ୍ତ ଅନାମ ବାବୁ ସରକାର ଙ୍କ ଆଇନକୁ ଉଲଘଂନ କରି ଖୁଲାମ ଖୁଲା ଜନପ୍ରତିନଧି ଙ୍କୁ ଧମକ ଦିଅନ୍ତି ତମ ପଂଚାୟତ କୁ ଆସିବି ନାହିଁ ବୋଲି l ବାବୁ ମାସରେ ଥରେ ଦୁଇ ଥର ଆସନ୍ତି ପଂଚାୟତ ଙ୍କୁ ଭର୍ତ୍ତା ଟଙ୍କା ବାଣ୍ଟିବା ପାଇଁ l ପଂଚାୟତ ରେ ବସନ୍ତି ଯିଏ ଆସିଲା ସିଏ ପାଇଲା, ଆଉ ଯିଏ ନଆସିଲା ତାର ବୁଡ଼ିଲା l ପଂଚାୟତ ର କିଛି ହିତାଧିକାରୀ ଚାରି ମାସ ହେବ ଭର୍ତ୍ତା ଟଙ୍କା ପାଇ ନାହାନ୍ତି l ଅନାମ ବାବୁ ଙ୍କୁ ପଚାରିବାରୁ, ବାବୁ କୁହନ୍ତି, ତାଙ୍କ ଆକାଉଣ୍ଟ କୁ ଟଙ୍କା ଯାଇଛି, ବୋଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି l ହିତାଧିକାରୀ ଙ୍କ ର ବ୍ୟାଙ୍କ ରେ ଆକାଉଣ୍ଟ ନାହିଁ,କିପରି ଆକାଉଣ୍ଟ କୁ ଟଙ୍କା ଗଲା l ଯଦି କୌଣସି ହିତାଧିକାରୀ ବେଡ଼ ରେଷ୍ଟ ଥିବା ବେଳେ ଯଦି ଭର୍ତ୍ତା ଟଙ୍କା ନେବା ପାଇଁ ଆସି ନପାରେ, ତାହେଲେ ଅଧିକାରୀ ତାଙ୍କ ଘରେ ଯାଇ ଟଙ୍କା ଦେବାକୁ ସରକାରଙ୍କର ନିୟମ ଅଛି l କିନ୍ତୁ ଏଠି ଅଧିକାରୀ ଅନାମ ବାବୁ ଆଇନଙ୍କୁ ଖୁଲମ ଖୁଲା ଉଲଂଘନ କରନ୍ତି l ଏହା ଦ୍ୱରା ଗରିବ ହିତାଧିକାରୀ ଦୀର୍ଘ ଚାରି ମାସ ହେବ ବହୁତ ଅସୁବିଧା ଓ ହଇରାଣ ହେଉଛନ୍ତି l କିଏ ଔଷଧ ଖାଇବାକୁ ପଇସା ପାଏ ନାହିଁତ, ଆଉ କିଏ ଖାଦ୍ୟ ପାଇଁ l ଆସନ୍ତୁ ଶୁଣିବା କଣ କହୁଛନ୍ତି, ସରପଞ୍ଚ, ୱାର୍ଡ ମେମ୍ବର ଓ ହିତାଧିକାରୀ କାରି Iବାକି ଆମ ଖବର ପ୍ରସାରଣ ପରେ କେବେ ହେବ ଏ ଦୁର୍ନୀତି, ଗାଲୁଆ ଖୋର ଅଫିସର ନାଁରେ କାର୍ଯାନୁଷ୍ଠାନ ଓ ହିତାଧିକାରୀ କେବେ ପାଇବେ ତାଙ୍କ ପ୍ରାପ୍ୟ, ତାହା ବାକି ରହିଲା ଦେଖିବାକୁ l
ଧର୍ମଶାଳା ରୁ ପ୍ରମୋଦ ରାଉତଙ୍କ ସହ ଦିବାକର ଲେଙ୍କା ଙ୍କ ରିପୋର୍ଟ l