ପୁଅର ମୃତ୍ୟୁ ନେଇଆସିଲା ବଡ଼ ଝଡ଼

ଦିବ୍ୟାଙ୍ଗ ବାପା ମା ଙ୍କର ଏକମାତ୍ର ରୋଜଗାରିଆ ପୁଅ ର ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଗ୍ରାମ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା ମା ସତେ ଯେମିତି ମୁକ ପାଲଟି ଯାଇଛନ୍ତି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଂଲା ଥାନା କୁଣ୍ଡଳୀ ଗ୍ରାମରେ। ସୂଚନାରୁ ପ୍ରକାଶ କୁଣ୍ଡଳୀ ଗ୍ରାମର ହରିନାରାୟଣ ବେହେରା ଙ୍କ 21 ବର୍ଷୀୟ ପୁଅ ଗୋବିନ୍ଦ ବେହେରା ବାପା ମା ଙ୍କ ବୋଝ ହାଲୁକା କରିବା ତଥା ପରିବାର ପ୍ରତିପୋଷଣ ପାଇଁ କମ୍ ବୟସରୁ ସଦର ବ୍ଲକ ବାହାର୍ଦା ଠାରେ ଥିବା ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ହଠାତ୍ ତାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଜଣାପଡିଛି l ପୁଅ ବାପା ମା କୁ ପୂର୍ବଦିନ ରାତ୍ରି ରେ ଫୋନ ରେ କଥା ହୋଇଛି ବାପା ମୁଁ ମାଲିକ ସହିତ ହିସାବ କରି ହେଇଛି ମାଲିକ ମୋତେ କାଲି ପଇସା ଦେବେ ମୁଁ ସକାଳେ ଘରକୁ ଯିବି କିନ୍ତୁ ସକାଳେ ଖବର ଆସିଲା ତୁମପୁଅ ବିଷ ଖାଇଦେଇଛି l ଘରଲୋକ ଖବର ପାଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମାଲିକ ସହିତ ଦରମା ଟଙ୍କାକୁ ନେଇ ଗୋବିନ୍ଦର ବିବାଦ ଥିବାବେଳେ ତାକୁ ବିଷ ଦେଇ ମରାଯାଇଥିବାର ବାପା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସଦର ପୋଲିସ ମୃତଶରୀରକୁ ଜବଦ୍ କରିବା ସହ ପୋଷ୍ଟ ମୋର୍ଟମ ପାଇଁ ପଠାଇଥିବା ଜଣାପଡିଛି। ତେବେ ରିପୋର୍ଟ ଆସିଲା ପରେ ଗୋବିନ୍ଦ ମୃତ୍ୟୁର ସତ୍ୟତା ପଦାକୁ ଆସିବ। ତେବେ ରୋଜଗାରିଆ ପୁଅକୁ ହରାଇ ବାପା ମା ଏବେ ଶଯ୍ୟାସାଇ ହୋଇଯାଇଛନ୍ତି l ମା ରୁଗୀଣା ବାପା ମାଗିକରି ଘର ଚଳାନ୍ତି ବଞ୍ଚିବାର ସାହା ଭରସା ଥିଲା ପୁଅ ଏବେ ଅନାଥ ହୋଇଯାଇଛନ୍ତି ବାପା ଓ ମା । ବାପାଙ୍କ ଅଭିଯୋଗ ପୁଅର ଦରମା ପଇସା ବହୁତ ଟଙ୍କା ହୋଇଯାଇଥିଲା ତାର ପୁଅ ସେ ପଇସା ମାଗିବାରୁ ମୋ ପୁଅକୁ ପିଟା ମୋରା କରିବା ସହିତ ବିଷ ପିଆଇ ମାରିଦେଇଛନ୍ତି l
ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *