ପୁଅ ପାଲଟି ଗଲା ପିଶାଚ

ଫୋକସ ପ୍ଲସ(ସୁନ୍ଦରଗଡ଼): ମଦ୍ୟପ ପୁଅ ନିଶାସକ୍ତ ହୋଇ ପଥର ଏବଂ ଠେଙ୍ଗାରେ ପିଟି ପିଟି ବାପା କୁ ହତ୍ୟା କଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମ ରେ। ମିଳିଥିବା ସୂଚନା ରୁ ପ୍ରକାଶ ଯେ ଲହୁଣୀପଡା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମ ର ଭୂବନ ମୁଣ୍ଡା ପ୍ରତ୍ୟେକ ଦିନ ପରି ଗତ କାଲି ସକାଳୁ ସକାଳୁ ଜଙ୍ଗଲ କୁ ଗାଈ ଚରାଇ ବା ପାଇଁ ଯାଇଥିଲା। ତେବେ ସେ ଜଙ୍ଗଲ ରେ ଗାଈ ‌ମାନଙ୍କୁ ଛାଡ଼ି ଦେଇ ଘରକୁ ଚାଲି ଆସିଥିଲେ। ଏହାକୁ ଦେଖି ପୁଅ ଆକାଶ ଉତ୍ୟକ୍ତ ହୋଇ ଗଲା ଏବଂ ବାପା ଭୂବନ କୁ ଧକ୍କା ଦେଇ ଦେଇ ଜଙ୍ଗଲ କୁ ଆଣି ଥିଲା। ଏବଂ ମଦ ନିଶାରେ ଜଙ୍ଗଲ ରେ ଟେକାପଥର ମାଡ଼ କରି ବା ସହିତ ଏକ କେନ୍ଦୁ ବାଡି ସାହାଯ୍ୟ ରେ ପିଟି ପିଟି ହତ୍ୟା କରିଥିଲା। ଗ୍ରାମ ବାସୀ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଆସାମୀ କୁ ଅଟକ ରଖି ପଚରାଉଚରା ଚଳାଇଛି।

ଘଟଣା ର ପ୍ରକୃତ ତଥ୍ୟ ସାମ୍ନାକୁ ଆସିନଥିଲେ ମଧ୍ୟ ଆକାଶ କାହିବା କଥା ତା ମାଆ କୁଆଡେ ପୂର୍ବରୁ ତା ବାପା କୁ ହତ୍ୟା କରିବା ପାଇଁ ଆକାଶ କୁ ପ୍ରବର୍ତ୍ତାଇ ଥିଲେ । ସେଥି ପାଇଁ ପୁଅ ନିଶାସକ୍ତ ଅବସ୍ଥା ରେ ବାପାଙ୍କୁ ହତ୍ୟା କରିଥିବା ନିଜେ ସ୍ବୀକାର କରିଛି। ଅନ୍ୟ ପକ୍ଷରେ ଭୂବନ ମୁଣ୍ଡା ଙ୍କ ପତ୍ନୀ କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା ସଫେଇ ଦେଇଛନ୍ତି। ଏବଂ ମୋ ସ୍ଵାମୀ ପ୍ରତ୍ୟେକ ଦିନ ମଦ ନିଶାରେ ଘରକୁ ଆସି ମୋ ସହିତ ଝଗଡ଼ା କରନ୍ତି ସେଥିପାଇଁ ମୁଁ ଦୁୁଇ ତିନି ମାସ ପୂୂର୍ବରୁ କେବେ ରାଗରେ ପିଟିବୁ ବୋଲି କହିଥିଲି। ତେବେ ଆଜି ର ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ତେବେ ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚାଳାଇଥିବା ସୂଚନା ମିଳିଛି। ଏବଂ ହତ୍ୟା କାଣ୍ଡରେ ବ୍ୟବହୃତ ହୋଇଥିବା ଠେଙ୍ଗା କୁ ପୋଲିସ ଜବତ କରିଛି।

ସୁନ୍ଦରଗଡ଼ରୁ ଉମେଶ ଚନ୍ଦ୍ର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *