ପୁଣି ଆସିବ ଆଣ୍ଟିନା ଯୁଗ !

ଫୋକସ ପ୍ଲସ 14/2/23(ବ୍ୟୁରୋ):ଦେଶରେ ଆଗାମୀ ଦିନରେ ଟିଭ ଦେଖିବା ପାଇଁ ସେଟ୍ ଅପ୍ ବକ୍ସର ସମସ୍ୟା ରହିବ ନାହିଁ। କାରଣ ସେଟ୍‌ଅପ୍‌ ବକ୍ସ ବିନା ଟିଭିରେ ବିଲ୍ଟ ସାଟେଲାଇଟ୍‌ ଟ୍ୟୁନର ସାହାଯ୍ୟରେ ୨୦୦ ରୁ ଅଧିକ ଚ୍ୟାନେଲ ଉପଲବ୍ଧ କରିବାର ଚେଷ୍ଟା ଜାରି ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି। ଏହି ସୁବିଧାର ଆରମ୍ଭ ପରେ ସାଧାରଣ ଦର୍ଶକଙ୍କ ପାଖରେ ବିନା ସେଟ୍‌ ଅପ୍‌ ବକ୍ସ କିମ୍ବା ଫ୍ରି ଡିସ୍​‌ରେ ୨୦୦ରୁ ଅଧିକ ଚ୍ୟାନେଲ ପହଞ୍ଚି ପାରିବ। ​‌କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଫ୍ରି ଡିସ୍‌ରେ ସାଧାରଣତଃ ମନୋରଞ୍ଜନ ଚ୍ୟାନେଲ ଖୁବ୍ ବଢିଯାଇଛି ,ଯାହାଫଳରେ କୋଟି କୋଟି ଦର୍ଶକଙ୍କୁ ଆକର୍ଷିତ କରିବାରେ ସହାୟତା ମିଳିବ। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ମୁଁ ନିଜ ବିଭାଗରରେ ଏକ ନୂଆ କାମ ଆରମ୍ଭ କରିଛି। ଯଦି ଆପଣଙ୍କ ଟିଭିରେ ବିଲ୍ଟ-ଇନ୍ ସାଟେଲାଇଟ୍ ଟ୍ୟୁନର ଅଛି, ତେବେ ଅଲଗା ସେଟ୍‌ ଅପ୍ ବକ୍ସ ରଖିବାକୁ ଦରକାର ପଡିବନି। ରିମୋଟ୍‌ର କ୍ଲିକ୍‌ରେ ୨୦୦ ରୁ ଅଧିକ ଚ୍ୟାନେଲ ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ସେ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ ଏବେ ନିଷ୍ପତ୍ତି ବାକି ରହିଛି। ଗତ ଡିସେମ୍ବରରେ ଅନୁରାଗ ଠାକୁର ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭଙ୍କୁ ଲେଖିଥିଲେ ସେ ଟିଭି ନିର୍ମାତାଙ୍କୁ ଇଣ୍ଡଷ୍ଟ୍ରିଆଲ ଷ୍ଟାଣ୍ଡାର୍ଡ ବ୍ୟୁରୋ ଦ୍ବାରା ନିର୍ମିତ ସାଟେଲାଇଟ୍ ଟ୍ୟୁନର ପାଇଁ ଜାରି ମାନକକୁ ଆପଣାଇବାର ନିର୍ଦେଶ ଜାରି କରନ୍ତୁ। ବିଲ୍ଟ-ଇନ୍ ସାଟେଲାଇଟ୍ ଟ୍ୟୁନର ସହିତ ଟେଲିଭିଜନ୍‌ ସେଟ୍‌ କୌଣସି ଉପଯୁକ୍ତ ସ୍ଥାନ ଯେପରିକି କୌଣସି ବିଲ୍ଡିଂର ଛାତ କିମ୍ବା ସାଇଡ୍ କାନ୍ଥରେ ଏକ ଛୋଟ ଆଣ୍ଟିନା ଲଗାଇ ଫ୍ରି-ଟୁ-ଏୟାର ଟେଲିଭିଜନ ଓ ରେଡିଓ ଚ୍ୟାନେଲ ପ୍ରସାରଣକୁ ସକ୍ଷମ କରିବ। ବର୍ତ୍ତମାନ ଟିଭିରେ ଦର୍ଶକଙ୍କୁ ବିଭିନ୍ନ ପେଡ୍‌ ଓ ଫ୍ରି ଚ୍ୟାନେଲ ଦେଖିବା ପାଇଁ ଏକ ସେଟ୍‌-ଅପ୍‌ ବକ୍ସ କିଣିବାକୁ ପଡିଥାଏ। ଉଲ୍ଲେଖନୀୟ ଯେ, ଦୂରଦର୍ଶନ ଫ୍ରି ଡିସ୍‌ ଥିବା ଘର ସଂଖ୍ୟା ୬ ବର୍ଷରେ ଦୁଇଗୁଣାରୁ ଅଧିକ ହୋଇସାରିଛି। କେପିଏମ୍‌ଜିର ଏକ ରିପୋର୍ଟ ଅନୁସାରେ,୨୦୧୫ ରେ ଦୂରଦର୍ଶନର ଫ୍ରି ଡିସ୍‌ ୟୁଜର୍ସଙ୍କ ସଂଖ୍ୟା ୨ କୋଟି ରେକର୍ଡ କରାଯାଇଥିଲା ଓ ୨୦୨୧ ରେ ଏହା ବଢି ୪.୩ କୋଟି ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *