ପୁଣି ଏମକେସିଜି ମେଡ଼ିକାଲରେ ରେଗିଂ ହୋଇଥିବା ଅଭିଯୋଗ ଆସିଛି।

ବ୍ରହ୍ମପୁର ୧୨/୦୨/୨୦୨୪: କ୍ୟାମ୍ପସରେ ଏମବିବିଏସ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଦୁଇଜଣ ସିନିୟର ଛାତ୍ର ମାଡ ମାରିବା ସାଙ୍ଗକୁ ସହ ରେଗିଂ ହୋଇଥିବାର ଅଭିଯୋଗ ହୋଇଛି।ଏମିତିକି ରେଗିଙ୍ଗ ସହ ମାଡ଼ ମରାଯାଇଥିବା ଟୁଇଟ କରିଛନ୍ତି ପ୍ରଥମ ବର୍ଷ ଛାତ୍ରର ବାପା। ଗତ ଶୁକ୍ରବାର ରାତିରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଜଣେ ଏମବିବିଏସ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ମାଡ ମରାଯାଇ ଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।ମିଳିଥିବା ସୂଚନା ପ୍ରକାରରେ , ବାଲେଶ୍ୱର ନିବାସୀ ସୁନାହାଟ ଅଞ୍ଚଳର ସୂର୍ଯ୍ୟ ରାଉତଙ୍କ ପୁଅ ତଥା ଏମକେସିଜି ମେଡ଼ିକାଲ କଲେଜର ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ର ରୁଦ୍ର ରାଉତ ନାମକ ଜଣେ ଛାତ୍ର ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ହେଉଥିବା ବ୍ୟାଣ୍ଡପାର୍ଟି ଅଭ୍ୟାସ କରିବାକୁ ଯାଇଥିଲେ। ଅଭ୍ୟାସ ସରିବା ପରେ ୨ ଜଣ ସିନିୟର ଛାତ୍ରଙ୍କ ଅନୁରୋଧ ପ୍ରକାରେ ରୁଦ୍ର ଉଭୟଙ୍କୁ ନେଇ ପୁଲିସ ଫାଣ୍ଡି ନିକଟରେ ଛାଡିଥିଲେ।ହେଲେ କୌଣସି କାରଣରକୁ ନେଇ ସେଠାରେ ଉପସ୍ଥିତ ଥିବା ଏମବିବିଏସ ୪ର୍ଥ ବର୍ଷରେ ପଢୁଥିବା ୨ ଜଣ ସିନିୟର ଛାତ୍ର ରୁଦ୍ରଙ୍କୁ ମାଡ ମାରିଥିଲେ।ଆକ୍ରମଣ ଯୋଗୁଁ ରୁଦ୍ର ଚେତାଶୂନ୍ୟ ହୋଇଯାଇଥିଲେ।ଘଟଣାକୁ ନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି। ସେହିପରି ସିନିୟର ଛାତ୍ରଙ୍କ ଦ୍ବାରା ସେ ରେଗିଂର ଶିକାର ହୋଇଛନ୍ତି ବୋଲି ଟୁଇଟ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରୁଦ୍ରଙ୍କ ବାପା ସୁଯ୍ୟ ରାଉତ।ଅନ୍ୟପଟେ ଛାତ୍ର ଜଣଙ୍କ ଆଣ୍ଟିରେଗିଙ୍ଗ ସେଲକି ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।ଛାତ୍ର ଜଣଙ୍କୁ ମାଡ଼ ହୋଇଛି।ଘଟଣାରେ ଦୁଇରୁ ତିନିଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି।ଆଣ୍ଟିରେଗିଙ୍ଗ ସେଲ ତଦନ୍ତ କରୁଛି କହିଛନ୍ତି mkcg ମେଡ଼ିକାଲ କଲେଜ ପ୍ରିନ୍ସିପାଲ ଡାକ୍ତର ସନ୍ତୋଷ କୁମାର ମିଶ୍ର।

Leave a Reply

Your email address will not be published. Required fields are marked *