ପୁଣି ଚମକିଲେ ଜୁନାଗଡ଼ କଳାବିକାଶ କେନ୍ଦ୍ରର ଛାତ୍ର

ବ୍ରହ୍ମପୁର:  ଠାରେ ଅନୁଷ୍ଠିତ ଓପନ ଷ୍ଟେଟ ତାଇକୋଣ୍ଡି ଚାମ୍ପିଅନସିପ୍ ୨୦୨୩ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ସମୁଦାୟ ୫୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ସହ ବହୁଲ ମାତ୍ରାରେ ସଫଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ବୟସ ଓ ଓଜନ ଅନୁସାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେ ମଧ୍ୟରେ ଜୁନାଗଡ଼ କଳାବିକାଶ କେନ୍ଦ୍ରର ୯ ଜଣ ଛାତ୍ର ଅଂଶ ଗ୍ରହଣ କରି ୨ ଟି ସ୍ବର୍ଣ୍ଣ, ୩ଟି ରୋପ୍ୟ ଓ ୩ ଟି କଂଶ୍ୟ ପଦକ ହାସଲ କରିଛନ୍ତି। ସେମାନଙ୍କୁ କଳାବିକାଶ କେନ୍ଦ୍ର ଓ ଅଭିଭାବକ ତରଫରୁ ଭବ୍ୟ ସ୍ଵାଗତ ସହ ଉତ୍ସାହ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *