ଫୋକସ ପ୍ଲସ(ଗଁଦିଆ)୧୪/୦୯/୨୦୨୨: ଖଟିଆ ରେ ବୁହା ହେଲେ ଗର୍ଭବତୀ,ଦୀର୍ଘ ଚାରି କି.ମି ପରେ ନିଆଗଲା ଗାଡ଼ିରେ।ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳା ଲଳିତା ମଳିକ ଙ୍କୁ ଖଟିଆ ରେ ବୋହି ନେଵା ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।ଏହା ହେଉଛି ପାହାଡିଆ ଏବଂ ଦୁର୍ଗମ ଅଞ୍ଚଳର ହେଉଥିବାରୁ ସରକାରଙ୍କ ନଜର ଏହି ଆଦିବାସୀ ମାନଙ୍କ ଉପରେ ପଡୁନି । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ପୁରୁଣାପାଣି ପଂଚାୟତର କୁମୁଟି ପଙ୍କାଳ ଏହି ଗାଁ ପାଇଁ ତିନିଆଁମ୍ବ ନଦୀ ହେଉଛି ଏକ ପ୍ରମୁଖ ସମସ୍ୟା।ତେବେ ଏହି ନଦୀ ରେ ଏକ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଅନେକ ଥର ବ୍ଲକ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର କହୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି | ସରପଞ୍ଚ ଠାରୁ ଆରମ୍ଭ କାରି ମନ୍ତ୍ରୀ ମାନଙ୍କ ପାଖକୁ ଲେଖି ଜଣାଇଥିଲେ ମଧ୍ୟ କୌଣସି କାଯ୍ୟନୁଷ୍ଠାନ ହେଉନଥିବା କହିଛନ୍ତି ଗ୍ରାମବାସି ଏହି ନିର୍ମାଣ ପାଇଁ ଭୋଟ ବର୍ଜନ କରି ପ୍ରଶାସନ ଓ ଜନପ୍ରତିନିଧି ଙ୍କ ଦ୍ଵାରସ୍ଥ ହୋଇସାରିଲେଣି ଗ୍ରାମବାସୀ ଙ୍କ ଦାବି କ୍ରମେ ସରକାର ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ମଧ୍ୟ କରିଥିଲେ ।ହେଲେ ଅଧା କାମ ହୋଇ କଣ ପାଇଁ ବନ୍ଧ ହୋଇଯାଇଛି ତାହା କେହି ଜାଣିନଥିବା କହୁଛନ୍ତି ଗ୍ରାମବାସୀ ତେବେ ଦେଖିବାକୁ ବାକି ରହିଲା କେବେ ଏହି ସମସ୍ୟାରେ ସମାଧାନ ହେବ |