ପୁଣି ତାତିଲେ ଅଙ୍ଗନୱାଡି ଦିଦି

ଫୋକସ ପ୍ଲସ 23/11/22 ( କଳାହାଣ୍ଡି):ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ବିଭିନ୍ନ ପରିସ୍ଥିତିରେ ଗାଁ ମାନଙ୍କରେ ରହି ଶିଶୁବିକାଶ ଯୋଜନାରେ କାର୍ଯ୍ୟ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ଦିନକୁ ଦିନ କିନ୍ତୁ କାର୍ଯ୍ୟର ଚାପ ବୃଦ୍ଧି ପାଉଛି । ପାରିଶ୍ରମିକ ତୁଳନାରେ କାର୍ଯ୍ୟର ଚାପ ବୃଦ୍ଧି ପାଉଛି । ପ୍ରାକ୍ ବିଦ୍ୟାଳୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗସମେତ ମିଶନ ଶକ୍ତି ଭଳି ବିଭାଗର ସମସ୍ତ କାର୍ଯ୍ୟ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସମ୍ପାଦିତ କରାଯାଉଛି।ଏଥିପାଇଁ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ workers ଏସୋସିଏସନ ଗତ2019ରେ ପାରିଶ୍ରମିକ ବୃଦ୍ଧି ସହ ସରକାରୀ ସରକାରୀ ଚାକିରୀ ମାନ୍ୟତା ଦେବା ଦାବୀ ନେଇ ଆନ୍ଦୋଳନରେ ଓହ୍ଲାଇଥିଲେ। ସରକାର ସେହି ସମୟରେ ସମସ୍ତ ଦାବୀ ପୂରଣ ନେଇ ପ୍ରତିଶୃତି ଦେଇଥିଲେ । ଯାହାରି ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା । କିନ୍ତୁ ପରବର୍ତୀ ସମୟରେ କୋଭିଡ଼ କଟକଣା ଯୋଗୁଁ ଏହି ସଂଘର ଦାବୀ ପ୍ରତି ଗୁରୁତ୍ୟ ଦିଆଯାଇନଥିଲା କି ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କଦାବୀ ପ୍ରତି ଅଣଦେଖାକରାଯାଇଛି। ତେଣୁ ଅଙ୍ଗନବାଡି କର୍ମୀଙ୍କୁ 21,000 ଏବଂ ସହାୟିକଙ୍କୁ 10,000 ପାରିଶ୍ରମିକ ଦେବା ସହ ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଦେବା ପାଇଁ ସଂଘଦାବୀ କରିଛି । ଏହା ସହ ଦିନକୁ ଦିନ ବଜାର ଦର ବୃଦ୍ଧି ଘଟୁଛି।ତେଣୁରନ୍ଧା ଖାଦ୍ୟ ପାଈଁ ଦିଆଯାଉଥିବା ଅର୍ଥ ବୃଦ୍ଧି କରିବା ପାଇଁ ସଂଘ ଦାବୀ କରିଛି । ଏ ସମସ୍ତ ଦାବୀ ପୂରଣ ନେଇ ରାଜ୍ୟ ସଂଗଠନର ଡ଼ାକରାରେ ଭୁବନେଶ୍ୱରସଚିବାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଧାରଣା ଜାରୀ ରହିଥିବା ବେଳେ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯିବା ବଦଳରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡାକରା ଦେଇଛି । ରାଜ୍ୟସଂଘର ଏହି ଡାକରାରେ କଲମପୁର ଶାଖାର ସଭାନେତ୍ରି ପବିତ୍ରା ପଣ୍ଡା, ସଂଗୀତା ମହାପାତ୍ର,ଜ୍ୟୋସ୍ନା ନାଏକ, ଯମୁନା ନାଏକ,କୁମୁଦିନି ଛାତ୍ରିୟା,ପୂର୍ଣ୍ଣମୀ ଗୁରୁ,ବିରାଜିନି ମହାରଣା, ହରିପ୍ରିୟା ସେନାପତି,ସତ୍ୟପ୍ରିୟା ଚିନ୍ଦା ଓ ମୋହିନୀ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସହାୟିକା ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନିଷ୍ପତି ନେଇଛି।

Leave a Reply

Your email address will not be published. Required fields are marked *