ଫୋକସ ପ୍ଲସ(ମାଲକାନଗିରି)୩/୦୯/୨୦୨୨: ଜିଲ୍ଲାପାଳ ଙ୍କୁ ଅସୁବିଧା ଜଣାଇବାକୁ ରାତିଅଧରେ ପାଚେରୀ ଡେଇଁ ଆସିଲେ ମାରିୱାଡା ଆଶ୍ରମ ବିଦ୍ୟାଳୟ ର 15 ରୁ 20 ଛାତ୍ର ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟ ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଜାରୀରହିଥିବା ବେଳେ ଛାତ୍ରଛାତ୍ରୀ କୋୖଣସି କଥା ଶୁଣୁନାହାନ୍ତି ସ୍କୁଲ କଟୁର୍ପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା । ପ୍ରତି ମାସରେ ଛାତ୍ରଙ୍କ ପାଇଁ ଆସୁଥିବା ଚାଉଳ କୁ ବିକୁଛନ୍ତି ହଷ୍ଟେଲ ର ୱାର୍ଡନ ।ଏହାସହ ୱାର୍ଡନ ଝିଅକୁ ନ ଧରିଲେ ପିଲାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ମଧ୍ୟ ପଡେ ।ଏପଟେ ହଷ୍ଟେଲ ରେ ପନୀୟ ଜଳ ର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ତା ଥିବା ମଧ୍ୟ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଛାତ୍ର ମାନେ ଡ୍ରେନ ସଫା କରୁଥିବା ବେଲେ ୱାର୍ଡନ ଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ପାଇଁ ଅତିଷ୍ଠ ହୋଇ ପ୍ରାୟ 15 ରୁ 20 ଜଣ ଛାତ୍ର ହଷ୍ଟେଲ ର ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି ।
ମାଲକାନଗିରି ରୁ ନିରଞ୍ଜନ ଙ୍କ ରିପୋର୍ଟ ଫୋକସ ପ୍ଲସ |