ପୁଣି ବିବାଦରେ ଗନଦୀପାଲି ପଥର କୁଆଁରୀ

ଫୋକସ ପ୍ଳସ(ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ଭରି ରହିଛି ଅନେକ ଲଘୁ ଖଣିଜ ଦ୍ରବ୍ଯ । ତେବେ ଏହି ଲଘୁ ଖଣିଜ ଦ୍ରବ୍ୟକୁ ସରକାରଙ୍କ ଅଜାଣତରେ ଅନେକ ଦଲାଲ ଏହାକୁ ଚୋରା ଚାଲାଣ କରୁଥିବା ବେଳେ ଅନ୍ୟ କିଛି ସ୍ଥାନରେ ଥିବା ଏହି ଲଘୁ ଖଣିଜ ଦ୍ରବ୍ୟ କୁ ସରକାର ବା ପ୍ରଶାସନ ବିକି କିଛି ରାଜସ୍ବ ପାଉଛନ୍ତି । ପ୍ରଶାସନ ଏହାକୁ ବିକି ରାଜସ୍ୱ ପାଇବା ଆସାରେ ଭୁଲି ଯାଉଛନ୍ତି ସେହି ନିକଟରେ ଥିବା ଗ୍ରାମବାସୀଙ୍କ କଥା । ତେବେ ଗନଦୀପାଲି ଠାରେ ଥିବା କୁଆଁରୀ ଯଗୁଁ ଗ୍ରାମବାସି ମାନେ ଅନେକ ସମସ୍ୟା ଭୋଗୁ ଥିବା ଯଗୁଁ ଏହାକୁ ବନ୍ଦ କରିବା ପାଇଁ ସହ ସହ ଗ୍ରାମବାସି ଦାବି କରିଛନ୍ତି ।

ପୁଣି ବିବାଦରେ ମାଲକାନଗିରି ଜିଲ୍ଲା ଚାଲାନଗୁଡା ଅନ୍ତର୍ଗତ ଗନଦୀପାଲି ପଥର କୁଆଁରୀ । ଯେତେବେଳେ ଏହି କୁଆଁରୀ ପାଇଁ ଚଳିତ ବର୍ଷ ପୁନଃ ଟେଣ୍ଡର ହୋଇଥିଲା ସେହି ସମୟରେ ଏହି ଟେଣ୍ଡର ରେ ଅନିୟମିତତା ହୋଇ ବିବାଦ ଦେଖା ହୋଇଥିଲା । କିଛି ଦିନ ପରେ ଟେଣ୍ଡର ଅନିୟମିତତାର ସମାଧାନ ହେଲା ଓ କୁଆଁରୀ ଆରମ୍ଭ ହେଲା । ଯେତେବେଳେ ଏହି କୁଆଁରୀ ଆରମ୍ଭ ହେଲା ସେହି ଦିନ ଠାରୁ ଏହି କୁଆଁରୀ ବନ୍ଦ ପାଇଁ ଗ୍ରାମବାସି ମାନେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ । ଏହି କୁଆଁରୀରେ ପଥର ବ୍ଲାଷ୍ଟ ଯଗୁଁ ଘର ଗୁଡିକର କାନ୍ଥ ଭାଙ୍ଗି ଯିବା ସହ , ଚାଷ ଜମି ଗୁଡିକ ରେ ଏହାର ପଥର ପଡି ଜମି ରେ ଚାଷ ନଷ୍ଟ ହେଉଛି ଏଥିସହ ଏହି କୁଆଁରୀ ରୁ ବାହାରୁଥିବା ଦୂଷିତ ଧୂଆ ଯଗୁଁ ଗ୍ରାମ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ରୋଗ ହେଉଛି ଏଥିସହ ଏହି ପଥର କୁଆଁରୀ ଯଗୁଁ ଅନେକ ପଶୁ ଙ୍କ ଜୀବନ ମଧ୍ୟ ଯାଉଥିବା ଗ୍ରାମବାସି ପ୍ରକାଶ କରିଛନ୍ତି ।

ତେବେ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି କୁଆଁରୀ ସେଠାରେ ରହି ଆସୁଛି କିନ୍ତୁ ସେହି ସମୟରେ କିଛି ସମସ୍ୟା ହେଉନଥିଲା ଏବେ କଣ ପାଇଁ ଗ୍ରାମବାସୀଙ୍କୁ ଏତେ ସମସ୍ୟା ହେଉଛି ବୋଲି ସେହି ପଥର କୁଆଁରୀ ଲିଜ ନେଇଥିବା ବ୍ୟକ୍ତି ପ୍ରକାଶ କରିଥିଲେ । ଏ ସମ୍ବନ୍ଧରେ ମାଲକାନଗିରି ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଆଜି ଗ୍ରାମବାସି ଓ ପଥର କୁଆଁରୀ ଲିଜ ନେଇଥିବା ବ୍ୟକ୍ତି ନିଜ ନିଜ ମତ ରଖିଛନ୍ତି ଓ ଆମେ ସେହି ସ୍ଥାନକୁ ଯାଇ ତଦାରଖ କରିବୁ ବୋଲି ପ୍ରକାଶ କରିଥିଲେ ।ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ରାଜସ୍ୱ ଆଶାରେ ପଥର କୁଆଁରୀ ଚାଲୁ ରଖୁଛି ନା ଗ୍ରାମବାସୀଙ୍କ ସମସ୍ୟା ବୁଝି ତାହା ବନ୍ଦ କରୁଛି ।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *