ପୁଣି ଶୀତ ରେ ଥରିବ ଓଡିଶା ।

ପୁଣି ଶୀତ ରେ ଥରିବ ସାରା ଓଡିଶା । ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ ଫଳରେ ସାରା ଓଡିଶାରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ ସୂଚନା ମିଳିଛି । ତେବେ ଶୀତର ପ୍ରକୋପ ଜାରି ରହିବା ସହିତ ଘନ କୁହୁଡି ମଧ୍ୟ ରହିବ ଯାହାକୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ କୁ ଚିଠି ଲେଖିଛନ୍ତି ଏସଆରସି । ତେବେ ଘନ କୁହୁଡି ଦ୍ଵାରା ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି । ସେପଟେ ୨୮ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ବରଗଡ,ବଲାଙ୍ଗିର,ସୋନପୁର, ସୁନ୍ଦରଗଡ ଏବଂ  କେନ୍ଦୁଝର  ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରଯାଇଛି । ସେହିଭଳି ୨୯ରୁ ୩୦ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା,ବରଗଡ,ବଲଙ୍ଗିର,ସୋନପୁର,କେନ୍ଦୁଝର,ଅନଗୁଳ,ସୁନ୍ଦରଗଡ଼,ନୂଆପଡା, ସମ୍ବଲପୁର ଏବଂ ଦେଓଗଡ ଆଦି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି ।

Leave a Reply

Your email address will not be published. Required fields are marked *