ଫୋକସ ପ୍ଲସ 25/2/23(ବାଲେଶ୍ୱର): ବାଲେଶ୍ୱରରେ ପୂର୍ବ ରୁ ହନି ଟ୍ରାପ କବଜାରେ ଆଇ.ଟି.ଆର୍ ର ୫ ଠିକା କର୍ମଚାରୀ ଗିରଫ ହୋଇଥିବା ଜେଲ୍ରେ ଥିବା ବେଳେ ପୁଣି ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ଙ୍କ କବଜାରେ ଜଣେ ସିନିଅର ଟେକ୍ନିକାଲ ଅଧିକାରୀ ଛନ୍ଦି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାରୀ ଜଣକ ଏକ ବର୍ଷ ହେବ ପାକିସ୍ତାନୀ ରାଓଲପିଣ୍ଡିର ଜଣେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ, ଯେହେତୁ ଅଧିକାରୀ ଜଣକ ସିନିଅର ଟେକ୍ନିକାଲ ଅଫିସର ତାଙ୍କୁ ସୁନ୍ଦରୀ ମହିଳା ଜଣକ ପ୍ରେମ ଜାଲରେ ଫସେଇ ଆଇ.ଟି.ଆର୍ ର ଗୁପ୍ତ ତଥ୍ୟ କୁ ହାତେଇବାରେ ସମର୍ଥ ହୋଇଥିବା ଜଣାପଡ଼ିଛି ।
ବର୍ଷେ କାଳ ଏଜେଣ୍ଡଙ୍କ ସହ ଭିଡିଓ କଲିଙ୍ଗ, ଚାଟିଂ ଜରିଆରେ ଅଧିକାରୀ ଜଣକ ଆଇ.ଟି.ଆର୍ ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିଥିଲେ। ଅଧିକାରୀ ଜଣକ ପାକିସ୍ତାନ ଗୁଇନ୍ଦା ମହିଳା ଏଜେଣ୍ଟକୁ ଆଇ.ଟି.ଆର୍ ର ଭଳି ସଂବେଦନଶୀଳ ପ୍ରସଙ୍ଗର କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧିତ ତଥ୍ୟ ପ୍ରଘଟ କରିଥିଲେ,ବିଭିନ୍ନ ସମୟରେ ମହିଳା ଏଜେଣ୍ଟ ଓ ଅଧିକାରୀଙ୍କ ମଧ୍ୟରେ ୱାଟସ ଆପ ଜରିଆରେ ନଗ୍ନ ଭିଡିଓ ଓ ଫଟୋ ପଠାଯାଇଥିବା ତଥ୍ୟ ବାଲେଶ୍ଵର ପୁଲିସ୍ ହାତରେ ଲାଗିଛି,ମହିଳା ଏଜେଣ୍ଟ ଜଣକ ଏଭଳି ଅଶ୍ଳିଳ ଭିଡିଓ ଓ ଫଟୋ ଜରିଆରେ ଅଧିକାରୀଙ୍କ ସହ ସମ୍ବନ୍ଧକୁ ମଜବୁତ୍ କରି ବହୁ ଗୋପନ ତଥ୍ୟ ହାତେଇ ଥିବା ପୁଲିସ୍ ଜାଣିବାକୁ ପାଇଛି। ଅଧିକାରୀ ଜଣକର ମୋବାଇଲକୁ ପୁଲିସ୍ ଜବତ କରିବା ପରେ ସମସ୍ତ ତଥ୍ୟ ହାତେଇବା ସଫଳ ହୋଇଛି ।
ଘଟଣାକୁ ନେଇ ବାଲେଶ୍ଵର ଚାନ୍ଦିପୁର ଥାନାରେ ସେକ୍ସନ ୧୨୦ (A) ୧୨୦ (B) , ୩୪ ଆଈ ପି ସି , ସେକ୍ସନ ୩/୪/୫ ଅଫିସିଆଲ୍ ସିକ୍ରେଟ୍ ଅକ୍ଟ ଆଧାରରେ ମାମଲା ରୁଜୁ ହୋଇଛି,ପୁର୍ବରୁ ବାଲେଶ୍ଵର ଚାନ୍ଦିପୁର ଥାନା ପୋଲିସ୍ ଦ୍ବାରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ପ୍ରଘଟ ଘଟଣାରେ ଗିରଫ ୫ ଜଣ କର୍ମଚାରୀକୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍। ଗିରଫ ସମସ୍ତେ ଡି ଆର ଡି ଓ ରେ ଠିକା କର୍ମଚାରୀ ଥିବାବେଳେ ଜଣେ ମାତ୍ର ଡ୍ରାଇଭର ରହିଥିଲା,ସମସ୍ତ ଅଭିଯୁକ୍ତ ବିରୁଦ୍ଧରେ୨୦୨୧ ସେପ୍ଟେମ୍ବର ୧୪ରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ ହେବା ପରେ ୧୫ ସେପ୍ଟେମ୍ବରରେ ମାମଲାକୁ କ୍ରାଇମବ୍ରାଞ୍ଚ୍ ନେଇଥିଲା । ଏମାନେ ପାକିସ୍ଥାନର ଗୁଇନ୍ଦା ଏଜେଣ୍ଟକୁ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗରେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସେମାନଙ୍କୁ ଗିରଫ କରିଥିଲା। ତେଣୁ ITR ଚାନ୍ଦିପୁରରେ ବାରମ୍ବାର କାହିଁକି ଏହିଭଳି ଘଟଣା ଘଟୁଛି, ଦେଶର ସୁରକ୍ଷା ପ୍ରତି ଉଠୁଛି ବଡ ପ୍ରଶ୍ନ।