ପୁତ୍ର ସନ୍ତାନ ଜନ୍ମଦେଇ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ।

ଫୋକସ ପ୍ଲସ 13/01/23(ରାୟଗଡ଼ା):ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନ ସାମିଲ ହେବା ହେଲା କାଳ।ଏଭକି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ଅଣ୍ଡିରାକଞ୍ଚ ଥାନା ସଦର ଗ୍ରାମରେ। ଉକ୍ତ ଗ୍ରାମର ୧୩ଜଣ ମହିଳା ଉତ୍କଳ ଆଲୁମିନା କାରଖାନାର ବିସ୍ଥାପିତ ହୋଇଥିବା ସେଠାରେ ଖଣ୍ଡେ କୁଲି ମଜୁରୀ ପାଇଁ ଆନ୍ଦୋଳନ କରିଥିଲେ। ସେଥିରେ ରହିଥିଲେ ମୂଳା ନାୟକ ନାମକ ଜଣେ ୯ମାସର ଗର୍ଭବତୀ ମହିଳା, କମ୍ପାନୀ କତ୍ତୃପକ୍ଷଙ୍କ ଚାପରେ ଗତ ୨୬ ତାରିଖ ଦିନ ପୋଲିସ ସଙ୍ଗୀନ ଦଫା ଲଗାଇ ମହିଳା ମାନଙ୍କୁ ଧକ୍କା ଧକ୍କା ମାରିବା ଓ ସେମାନଙ୍କୁ ଉଠାଇନେଇ ହାଜତରେ ଭର୍ତ୍ତି କରିଥିଲା।ଏହାପରେ ରାୟଗଡ଼ା କୋର୍ଟକୁ ପଠାଇ ଦିଆଯାଇଥିଲା ଅଣ୍ଡିରାକଞ୍ଚ ଥାନା ପୋଲିସ ୧୬ ଦିନ ହାଜତରେ ରହିବା ପରେ ୧୦ ତାରିଖ ଦିନ ଜେଲରୁ ମୁକୁଳି ଥିଲେ ଆଉ ଗର୍ଭ ଯନ୍ତ୍ରଣା ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପରେ ଏକ ଶିଶୁପୁତ୍ର ଜନ୍ମ ଦେବାପରେ ସେ ଗୁରୁତର ହୋଇପଡିଥିଲେ।ଗତକାଲି ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଆଉ ଅଧା ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି।ଆଉ ଗୁରୁତର ଅବସ୍ଥାରେ ନବଜାତ ଶିଶୁପୁତ୍ରଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମା ପାଇଁ ନ୍ୟାୟ ମାଗୁଛି।

Leave a Reply

Your email address will not be published. Required fields are marked *