ପୁନ୍ଦାଳ ସବଡିଭିଜନରେ ମହା ଘୋଟାଲା

ନଦୀ ବନ୍ଧକୁ ସୁରକ୍ଷା ପରିବର୍ତ୍ତେ ଅସୁରକ୍ଷିତ କରୁଛି ଜଳ ସଂପଦ ବିଭାଗ .

ପାଣିରେ ପଡିବ କୋଟି କୋଟି ଟଙ୍କା

ଫୋକସ ପ୍ଲସ 5/6/22(କେନ୍ଦ୍ରାପଡା):ନଦୀ ବନ୍ଧ କାମରେ ଦୁର୍ନୀତି । କୋଟି କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ପଥର ପ୍ୟାକିଂ କାମ । ବନ୍ଧର ସୁଦୃଢ଼ୀ କାରଣ ପାଇଁ କାମ ଆରମ୍ଭ କରିଛି ଜଳ ସମ୍ପଦ ବିଭାଗ । ଜଗତପୁର ନର୍ଥ ଡିଭିଜନ ଅନ୍ତର୍ଗତ ପୁନ୍ଦାଳ ସବ ଡିଭିଜନ ଅଧୀନ ମାହାଳହାଟ-ଧାରିବିଲ ପର୍ଯ୍ଯନ୍ତ ବନ୍ଧ ଉନ୍ନତି କରଣ କାର୍ଯ୍ଯର ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନ ।

ଏହି ଚିତ୍ର ମହାନଦୀ ଓ ସୁକ ପାଇକା ବାମ ପିର୍ଶ୍ବର ଦୃଶ୍ୟ । ମେସିନ୍ ଲାଗିଛି । ପଥର ପ୍ୟକିଙ୍ଗ ବି ଚାଲିଛି । କିନ୍ତୁ ଛୋଟ ଛୋଟ ପଥର ଖଣ୍ଡ ଠିକା ସଂସ୍ଥା ବିନିଯୋଗ କରୁଥିବା ବେଳେ ନଦୀ ପଠା ମାଟିକୁ ମେସିନ୍ ଦ୍ବାରା କାଟି ଦିଆ ଯାଇ ପଥର ଗୁଡିକୁ ଖପାଇ ଦିଆ ଯାଉଛି । ପାଣି ଭିତରକୁ ୩ ରୁ ୪ ମିଟର ପଥର ଡମ୍ପିଂ କରିବାର ନିୟମ ଥିଲେ ମଧ୍ୟ ତାହା କରାଯାଉନଥିବା ଦେଖିବାକୁ ମିଳିଛି । ଜଳ ସ୍ତର ଉପରୁ ପଥର ପ୍ଯାକିଂ କରା ଯାଉଛି । ଏପରି କାମ କରାଯାଉଛି ମହାନଦୀ ରେ ଆଗାମୀ ବର୍ଷା ଋତୁରେ ସାମାନ୍ୟ ଟିକେ ଜଳ ସ୍ତର ବଢ଼ିଲେ ପଥର ସବୁ ଧୋଇଯିବାର ସମ୍ଭାବନା ଦେଖା ଦେଇଛି ।

ସେହିପରି ନଦୀ ବନ୍ଧ କଡ଼ରୁ ମାଟି ତାଡି ନେଇ ଉପରେ ଥାପି ଦେଇଛି ଠିକା ସଂସ୍ଥା। ବନ୍ଧ କଡ଼ରେ ଏହି ଯେଉଁ କେନାଲ ଖୋଳା ହେଲା ଭଳି ଦେଖା ଯାଉଛି ଏହି କର୍ଯ୍ୟ ଠିକାଦାର କରିଛି। ବନ୍ଧକୁ ଜଳ ସମ୍ପଦ ବିଭାଗ ସୁରକ୍ଷିତ କରିବ କ’ଣ ଓଲଟି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲେକଙ୍କୁ ଅସୁରକ୍ଷିତ କରି ଦେଇଛି।

ଆଉ ଏହି କାର୍ଯ୍ୟ ସେହି ସ୍ଥାନରେ ହୋଇ ଥିବା ପିଚୁ କାମର। ପଥର ପ୍ୟକିଂ ଓ ପିଚୁ କାମ ସମାନ ଠିକା ସଂସ୍ଥାର। ପିଚୁ କାମରେ ମଧ୍ୟ ଗଫଳତି ହୋଇଛି। ରାତି ବେଳା ପିଚୁ କାମ ହୋଇଛି। ମାତ୍ର ୧ରୁ ଦେଢ଼ ଇଞ୍ଚି ର ପିଚୁ କରା ଯାଇଥିବା ଲୋକେ ଅଭିଯୋଗ କରି ଛନ୍ତି। କେହି ବିଭାଗୀୟ ଅଧିକାରୀ କାର୍ଯ୍ୟ ଦେଖିବାକୁ ଆସୁନଥିବା କୁହାଯାଉଛି। ଏହି ନଦୀ ବନ୍ଧ ରେ ସୂଚନା ଫଳକ ଟିଏ ବି ଲଗା ଯାଇ ନହିଁ। ୯ କୋଟି ୯୩ ଲକ୍ଷ ଟଙ୍କାର ଏହି କାର୍ଯ୍ୟ ବୋଲି ଜଣା ପଡିଛି। ତେବେ ନିମ୍ନ ମାନର କାମ ପାଇଁ କୋଟି କୋଟି ଟଙ୍କା ପାଣିରେ ଧୋଇ ଜିବକି ?

ଏନେଇ ଆମେ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର କୁମାର ସାହୁଙ୍କ ପ୍ରତି କ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଏସ. ଡି. ଓ ରାକେଶ କୁମାର ନାୟକ କହିଛନ୍ତି କାମ ବାବଦରେ ବୁଝିଲେ କହିବି।

ପ୍ରଶ୍ନ ଉଠୁଛି ଠିକା ଦାରଙ୍କ ପ୍ରତି ଜଳ ସମ୍ପଦ ବିଭାଗ ଏତେ ଅନୁକମ୍ପା ଦେଖାଉଛି କାହିଁ କି ?

କେନ୍ଦ୍ରାପଡାରୁ ମୁକ୍ତେଶ୍ବର ସ୍ବାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *