ପୁରୀ ଗଜପତିଙ୍କ ମନ୍ତବ୍ୟକୁ ନେଇ ତୀବ୍ର ଅସନ୍ତୋଷ

ଫୋକସ ପ୍ଲସ (କେନ୍ଦୁଝର)୨୭/୦୬/୨୦୨୨: ବିଶ୍ଵର ସର୍ବବୃହତ ଏକକ ରଥର ମାନ୍ୟତା ପାଇଥିବା କେନ୍ଦୁଝର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ସମ୍ପର୍କରେ ପୁରୀ ଗଜପତି ପ୍ରତିକୂଳ ମନ୍ତବ୍ୟ ଦେଇ ଥିବାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ଯାଇଛି । ଗତ ୪୦୦ବର୍ଷ ହେବ ଏହି ଏକକ ସୁବିଶାଳ ରଥ ସମ୍ପର୍କରେ ପୂର୍ବରୁ କେନ୍ଦ୍ରାପଡ଼ା ର କିଛି ବ୍ୟକ୍ତବିଶେଷ ମାନହାନିସୂଚକ ମନ୍ତବ୍ୟ ଦେବାପରେ ଏବେ ପୁରି ଗଜପତିଙ୍କ ମନ୍ତବ୍ୟ କୁ ନେଇ କେନ୍ଦୁଝରରେ ତିଦ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ବର୍ଷ ବା ଅତୀତର ଅଳ୍ପ କିଛି ବର୍ଷ ଧରି ଏହି ରଥକୁ ଆକାର ବା ଉଚ୍ଚତାରେ ବଡ଼ କରାଯାଇ ନ ଥିବାବେଳେ ଇତିହାସ ସମ୍ପର୍କରେ ନ ଜାଣି ଏପରି ଭ୍ରମାତ୍ମକ ଉକ୍ତି ପ୍ରକାଶ କରିବା ସମିଚୀନ ନୁହେଁ ବରଂ ଏହା ଏକ ଧାର୍ମିକ ଭାବନା ପ୍ରତି କୁଠାରଘାତ ଓ ଅପମାନ ବୋଲି ମତପୋଷଣ ହୋଇଛି । ଚଳିତ ବର୍ଷ କେନ୍ଦୁଝରର ରଥକୁ ୭୨ଫୁଟ ଉଚ୍ଚତା କରାଯାଇଛି ବୋଲି କିଛି ବ୍ୟକ୍ତିବିଶେଷ ପ୍ରକାଶ କରିବା ସହ ପୁରୀର ଗଜପତି ଏହି କେନ୍ଦୁଝର ରଥ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । କେନ୍ଦୁଝରର ପଂଚବିଂଶତି ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୧ମସିହାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରତିଷ୍ଠା କରିଥିଲେ , ପ୍ରାୟତଃ ସେହିଦିନଠାରୁ କେନ୍ଦୁଝରର ରଥ ୮୦ଫୁଟ ଉଚ୍ଚ ହୋଇ ଆଷାଢ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଚତୁଦ୍ଧା ମୁର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାବେଳେ ଏବେ ଏହାର ଉଚ୍ଚତା ସାମାନ୍ୟ କମ କରାଯାଇ ୭୨ଫୁଟ କରାଯାଇଛି । ଶ୍ରୀ ବଳଦେବଜୀଉଙ୍କ କାଷ୍ଠ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି , ଯାହାର ସ୍ବୀକୃତି ସ୍ଵରୁପ ଗିନିଜ ବ୍ଲକ ଅଫ ଓ୍ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି , ଏହା ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ରଥ ନନ୍ଦିଘୋଷ ନେସନାଲ ରେକଡିସ , ଇଣ୍ଡିଆ ବୁକ୍ ଅଫ୍ ରେକଡିସ , ଏସିଆ ପାସିଫିକ ଆଇକନ , ଗ୍ଲୋବାଲ ରେକଡିସ , ୱଣ୍ଟର ବ୍ଲକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇସାରିଛି । ଏହି ରଥର ଉଚ୍ଚତା ୭୨ଫୁଟ ଏବଂ ଗୋଲେଇ ୪୫ ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଛି ।ଏହା ଏପରି ଏକ ପ୍ରାଚୀନ କ୍ଷେତ୍ର ଯେଉଁଠାରେ ନବକଳେବର ପ୍ରଥା ନ ଥିବା ସହ ରଥଯାତ୍ରା ସମୟରେ ରଥରେ ଅଧରପଣା ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ର ଧାମର ପରମ୍ପରାକୁ ପାଥେୟ କରି ନିତିକାନ୍ତି ସମାପିତ ହୋଇଥାଏ । ଏହି ରଥ ଯାତ୍ରା ପରେ ଖୋଲାଯାଏ ନାହିଁ । ପ୍ରତିବର୍ଷ ଯାତ୍ରା ସମୟରେ ନିତୀ ପରମ୍ପରା ଅନୁଯାଇ ମରାମତି କରାଯାଇଥାଏ । ମାତ୍ର ଚଳିତ ବର୍ଷ ଏହି ରଥର ଉଚ୍ଚତା ବୃଦ୍ଧି କରାଯାଇଛି କେବଳ ଗିନିଜ ବୁକ ରେକର୍ଡ ପାଇଁ ବୋଲି ଯାହା କୁହାଯାଉଛି ତାହା ଭ୍ରମାତ୍ମକ ଓ ଅପମାନ ସୂଚକ ବୋଲି ଭକ୍ତ ମହଲରେ ମତବ୍ୟକ୍ତ ହୋଇଛି । ଏହା ପ୍ରତିବାଦରେ ଆଜି ସଂଧ୍ୟାରେ ରଥ ସମ୍ମୁଖରେ ସେବାୟତ ଓ ଭକ୍ତଙ୍କ ତରଫରୁ ଧାରଣା ଅନୁଷ୍ଠିତ ହେବା ସହ ବିରୋଧ କରୁଥିବା ଲୋକ ଙ୍କ ବିରୋଧରେ କ୍ଷଭୋ ପ୍ରକାଶ କରାଯିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *