ଫୋକସ ପ୍ଲସ (ପୁରୀ) ୦୭/୦୭/୨୦୨୨: ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର କଣାସ ବ୍ଲକ ରେ ଦେଖିବାକୁ ମିଳୁଛି କଙ୍ଗାରୁ କୋର୍ଟ ର ନ୍ୟାୟ ଜମିବାଡି ବିବାଦକୁ କେନ୍ଦ୍ର କରି ଆଜି କୁ ପ୍ରାୟ ଦ୍ରିଘ ଦୁଇ ବର୍ଷ ରୁ ଉର୍ଦ୍ଧ ଦିନ ହେବ ଗାଁ ରେ ସାମୁହିକ କାର୍ଯ୍ୟ ହେଉ ଅବା ଗାଁ ମନ୍ଦିର, ନଳକୂପ, ପୋଖରୀ ଏମିତି କି ନିଜର ସମ୍ପର୍କୀୟ ଲୋକଙ୍କ ସହିତ କଥାବାର୍ତ୍ତା ହେବା ଓ ଯିବା ଆସିବା କରିବା ହୋଇଛି ବାରଣ।କଣାସ ବ୍ଲକ ବଡଓରା ଗ୍ରାମ ପଞ୍ଚାୟତ ର ବଡାଲ ଗ୍ରାମ ର ଶରତ ସାହୁ ଙ୍କ ପରିବାର। ଆଜି କୁ ଦୁଇ ବର୍ଷ ରୁ ଉର୍ଦ୍ଧ ଦିନ ହେବ ଗାଁ ରୁ ହୋଇଛନ୍ତି ବାଛନ୍ଦ।ଶରତ ସାହୁ ଙ୍କ ପରିବାର ପୁରୀ ଜିଲ୍ଲା ପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଦେଖିବାକୁ ମିଳୁଛି।ବଡାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧନେଶ୍ଵର ଲେଙ୍କା ଙ୍କ ନେତୃତ୍ବରେ ଏଭଳି ନ୍ୟାୟ ହୋଇଥିବା ଶରତ ସାହୁ ଙ୍କ ଭାଇ ହେମନ୍ତ ସାହୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିବା ବେଳେ।ବଡ଼ଓରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧନେଶ୍ଵର ଲେଙ୍କା ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।ଅନ୍ୟପଟେ ଗଡିଶାଗୋଦା ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ଙ୍କ ପ୍ରତିକ୍ରିୟା ମିଳିଥିବା ବେଳେ ଏହାରି ଭିତରେ କାର୍ଯ୍ୟାନୁଷ୍ଠାନ ନେବା ବୋଲି ଦିନ ପରେ ଦିନ ଗଡିଇ ଚାଲିଛନ୍ତି ଥାନା ଅଧିକାରୀ।
କଣାସ ରୁ ପ୍ରଦୀପ କୁମାର ନାୟକ ରିପୋର୍ଟ ଫୋକସ ପ୍ଲସ |