ପୂଜକଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ନିବାସକୁ ଯାତ୍ରା ଆରମ୍ଭ

ଫୋକସ ପ୍ଲସ ୨୦/୦୬/୨୨(ମୟୂରଭଞ୍ଜ): ଆଜି ହରିବଳଦେବଜିଉ ଜଗନ୍ନାଥ ମନ୍ଦିର ତଥା ଦେବତ୍ତର ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ମଠ,ମନ୍ଦିରର ପୂଜା ପଣ୍ଡା ମାନେ ମନ୍ଦିର ଅବହେଳାକୁ ନେଇ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ବାରିପଦା ଜଗନ୍ନାଥ ମନ୍ଦିରରୁ ବାହାରି ଚାଲି ଚାଲି ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ଖବର ପାଇ ପୋଲିସ ପ୍ରଶାସନ, ଏବଂ ପୌରପରିଷଦ ଅଧକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ବୁଝାସୁଝା ପରେ ପାଳବଣି ଗୋଲେଇ ନିକଟରୁ ସମସ୍ତଙ୍କୁ ଫେରେଇ ଅଣା ଯାଇଥିଲା।ନିଷ୍ପତି କ୍ରମେ ୨୫/୦୬/୨୦୨୨ ସୁଦ୍ଧା ମନ୍ଦିରର ଉନ୍ନତି,ସେବାୟତ ମାନଙ୍କ ପାଉଣା ବୃଦ୍ଧି ଏବଂ ସମସ୍ତ ମଠ,ମନ୍ଦିର ଯେମିତି ଠିକ୍ ଭାବରେ ଚାଲି ପାରିବ ଏହା ପୌର ଅଧକ୍ଷଙ୍କ ପାଖରୁ ପ୍ରତିଶ୍ରୁତି ଦେବା ପରେ ସମସ୍ତେ ପୁଣି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ମୟୂରଭଞ୍ଜରୁ ତରୁଣ କୁମାର ଦାଶ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *