ପୂଜା କରିବା ସମୟରେ ମିଳୁଛି କି ଏମିତି ସଂକେତ? ତାହେଲେ ଭାଗ୍ୟ ବଦଳିଯିବ ଆପଣଙ୍କର

ଫୋକସ ପ୍ଲସ (ବ୍ୟୁରୋ): ଗୋଟେ ମଣିଷ ଯେପରି ବି ହେଇଥାଉ ତା ମନରେ ଭଗବାନଙ୍କ ପ୍ରତି ଅଧ୍ୟାତ୍ମିକ ଭାବ ଏବଂ ଭକ୍ତିଭାବ ରହିବା ଉଚିତ | ଅତିକମ ରେ ଥରୁଟିଏ ଭଗବାନଙ୍କୁ ଦିନରେ ପୂଜିବା ଓ ପ୍ରାର୍ଥନା କରିବା ଉଚିତ। କଥାରେ ଅଛି ଯଦି ଗୋଟେ ମଣିଷ ନିର୍ମଳ ହୃଦୟର ସହ ଭଗବାନଙ୍କୁ ଭଲ ପାଉଥିବ ଓ ତାଙ୍କୁ ଡାକୁଥିବ ତା ତାହେଲେ ଭଗବାନ ନିଶ୍ଚୟ ଶୁଣିବେ | ତେବେ ,ଆମେ ପୂଜା କରୁଥିବା ସମୟରେ କିଛି ଘଟଣା ଘଟିଥାଏ ଯାହାକି ଭଗବାନଙ୍କର ଆମ୍ଭ ଉପରେ ଥିବା କୃପା ଦୃଷ୍ଟିକୁ ଦର୍ଶାଇଥାଏ।

ପୂଜା କରିବା ସମୟରେ ଯଦି ଯଦି ଆପଣ ଜଳିଥିବା ଦୀପଟିର ଶିଖା ଉପରକୁ ଉଠିବାକୁ ଲାଗିଥାଏ। ତେବେ, ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହିଥିବା ଭାବିନେବା ଉଚିତ।

ସେହିପରି ପୂଜା କରୁଥିବା ସମୟରେ ଯଦି କେହି ଆପଣଙ୍କ ପାଇଁ କୌଣସି ଶୁଭ ଖବର କିମ୍ବା ଉପହାର ନେଇ ଅସୁଥାନ୍ତି ତେବେ, ତାହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ ଅଟେ।

ପୂଜା କରୁଥିବା ସମୟରେ ଯଦି ଭଗବାନଙ୍କୁ ଅର୍ପଣ କରିଥିବା ଫୁଲଟି ଆପଣଙ୍କ ଉପରେ ଖସି ପଡେ ତେବେ ଆପଣଙ୍କର ମନୋସ୍କାମନା ଅବଶ୍ୟ ପୁରଣ ହେବ।

Leave a Reply

Your email address will not be published. Required fields are marked *