ପେଟରେ ଭୋକ, ଆଖିରେ ଲୁହ

ଫୋକସ ପ୍ଲସ(ଉମରକୋଟ)୧୪/୦୮/୨୦୨୨: ଗାଈ ଖୁଆଇ,ଭାଙ୍ଗି ଚକଟି ନଷ୍ଟ କରିଦେଲେ ଏକର ଏକର ଜମିର ମକା ଫସଲ ସେତିକିରେ ମନ ଶାନ୍ତି ହେଲାନି ଜାଳିଦେଲେ ଆଦିବାସୀ ଙ୍କ ଘର। ଏଭଳି ଅମାନବିକତା ଅତ୍ୟାଚାର ଓ FRC କମିଟି ର ଦବଙ୍ଗିରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଂଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଘର ପୋଡିବା ଏକର ଏକର ମକା ଚାଷ ନଷ୍ଟ କରିଦେଇଛନ୍ତି ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ। ଘଟଣା ପ୍ରକାରେ ଉମରକୋଟ ବ୍ଳକର ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, କୁର୍ସି ପଞ୍ଚାୟତର ସାରିୟାଭଟା ଓ ସୁନାବେଡା ପଞ୍ଚାୟତର ଲକଟିପଖନା ଗ୍ରାମର ପ୍ରାୟ ଶହେ କନ୍ଧ ଜନଜାତି ପରିବାର ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ବେଳେ ଜଙ୍ଗଲ ଜମିରେ ଚାଷ କରି ଜିବିକା ନିର୍ବାହ କରି ଆସୁଛନ୍ତି। ତେବେ ୨୦୦୫ ମସିହାରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ବସତି ଏଠାରୁ ହଟାଇବା ଦାବି କରିବା ସହ ପ୍ରତି ବର୍ଷ ଫସଲ ନଷ୍ଟ କରି ଦେଉଛନ୍ତି। ଏଥି ପାଇଁ ଅନେକ ଥର ଏହି ତିନି ଗ୍ରାମବାସୀ ପ୍ରସାଶନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାର ପରିଣାମ ସ୍ଵରୁପ ଆଜି ବନ ସୁରକ୍ଷା ସମିତି ଅନ୍ତର୍ଗତ ୮ ଖଣ୍ଡ ଗ୍ରାମର ହଜାରରୁ ଉର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଏହି ଗ୍ରାମବାସୀଙ୍କର ଫସଲ ଗୁଡିକୁ କାଟି ନଷ୍ଟ କରି ଦେଇଥିବା ବେଳେ, ଜମିରେ ଗାଇ ଗୋରୁ ଛାଡି ଦେଇଛନ୍ତି। ଏଥି ସହ କପସାଭଟ୍ଟା ଗ୍ରାମର କିଛି ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ବନ ସୁରକ୍ଷା ସମିତିର ଲୋକେ। ଏପରିକି ପୋଲିସ ଏବଂ ଅନ୍ୟ ପ୍ରସାଶନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ବନ ସୁରକ୍ଷା ସମିତିର ଲୋକେ। ତେବେ ପୋଲିସ ପ୍ରଶାସନ ଗଛ ହଟାଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ପହଁଚି ଥିବା ବେଳେ ସମସ୍ତ ମକା ଫସଲକୁ ନଷ୍ଟ କରି ସାରିଥିଲେ ଗ୍ରାମବାସୀ। ତେବେ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଏକକାଳୀନ ଏହିପରି ସଂଘବଦ୍ଧ ଆକ୍ରମଣ ଫଳରେ ଉକ୍ତ ତିନି ଗ୍ରାମର ଲୋକେ ଭୟଭୀତ ହୋଇ ପଡିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ତେବେ, ଫସଲ ନଷ୍ଟ ପରେ କିଭଳି ପରିବାର ପ୍ରତିପୋଷଣ କରିବେ ଚିନ୍ତାରେ ପଡିଥିବା ବେଳେ ଉମରକୋଟ ତହସିଲଦାର ଏନ୍. ଜଗଜୀବନ ଚୌଧୁରୀଙ୍କ ସହ ଥାନାଧିକାରୀ ଦୀପକ କୁମାର ଜେନା, ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ କପସାଭଟ୍ଟା, ସାରିଆଭଟ୍ଟା, ଲକଟିପଖନା ଗ୍ରାମ ଗସ୍ତ କରି ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ପ୍ରଶାସନ ଠାରୁ ଆସ୍ଥା ହରାଇଥିବା ଏହି ଗ୍ରାମବାସୀ ସେମାନଙ୍କ କୌଣସି କଥାକୁ ଶୁଣି ନଥିଲେ। ଏଥି ସହ ସମସ୍ତ ଫସଲ ନଷ୍ଟ ହେବା ପରେ କପସାଭଟ୍ଟା ଗ୍ରାମର ସମସ୍ତ ଲୋକେ ନିଜ ପିଲା ଛୁଆଙ୍କୁ ଧରି କାନ୍ଦି କାନ୍ଦି ବର୍ଷାରେ ଭିଜି ଭିଜି ନବରଙ୍ଗପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଘଟଣା ସତରେ ଭାରି ହୃଦୟ ବିଦାରକ ଥିଲା। ତେବେ ପ୍ରଶାସନିକ ଅଧିକାରୀ ଉକ୍ତ ତିନି ଗ୍ରାମବାସୀ ଏବଂ ଫସଲ ନଷ୍ଟ କରିଥିବା ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଏ ଘଟଣା ଏବେ ରାଜନୀତି ର ମୋଡ ନେବାକୁ ବସିଛି ସୂଚନା ମୁତାବିକ ପିସିସି ସଭାପତି ଶରତ ପଟନାୟକ ଙ୍କ ନିର୍ଦେଶ କ୍ରମେ ଏକ ଦଳ ପୀଡିତ ଆଦିବାସୀ ଙ୍କ ପାଖରେ ପହଂଚିବ ଏବଂ ଆଦିବାସୀ ଙ୍କ କ୍ଷୟ କ୍ଷତି ର ଭରଣ ପୋଷଣ ପାଇଁ ଦାବି କରିବା ସୂଚନା ମିଳିଛି |

ଉମରକୋଟ ରୁ ସତ୍ୟନାରାୟଣ ରାଉତ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *